ପୃଥକ୍‌ ତାମିଲନାଡୁ ପାଇଁ ଆମକୁ ବାଧ୍ୟ କରନାହିଁ: ‘ଡିଏମ୍‌କେ’ର ଏ. ରାଜା

add-all

ନମକ୍କଲ୍‌: ପୃଥକ୍‌ ତାମିଲନାଡୁ ଦାବି ଉତ୍ଥାପନ କରିବା ପାଇଁ ଆମକୁ ବାଧ୍ୟ କରନାହିଁ ବୋଲି ରବିବାର ଦିନ ‘ଡିଏମ୍‌କେ’ ସାଂସଦ ଏ. ରାଜା କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ନମକ୍କଲ୍‌ରେ ଆୟୋଜିତ ସ୍ଥାନୀୟ ସଙ୍ଗଠନର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ରାଜା କହିଲେ, ଆମକୁ ସ୍ବାତନ୍ତ୍ରତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି। ତାମିଲ୍‌ନାଡୁ ‘ଷ୍ଟେଟ୍‌ ଅଟୋନମି’ ନ ପାଇବା ପର୍ଯ୍ୟନ୍ତ ଆମେ ଆମ ଲଢ଼େଇ ବନ୍ଦ କରିବୁ ନାହିଁ।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଉପସ୍ଥିତ ଥିବା ସଭାମଞ୍ଚରେ ସେ ଆହୁରି ମଧ୍ୟ କହି‌ଛନ୍ତି, ଆମର ଆଦର୍ଶ ନେତା ପେରିୟାର୍‌ ଭାରତଠାରୁ ପୃଥକ୍ ତାମିଲନାଡୁ ପାଇଁ ପ୍ରଚାର କରିଥିଲେ। ଗଣତନ୍ତ୍ର ଏବଂ ଭାରତର ଅଖଣ୍ଡତା ପାଇଁ ଆମେ ଏଯାବତ୍‌ ସେ ଦାବିକୁ ଆଡ଼େଇ ରଖିଥିଲୁ। ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମୁଁ ଅନୁରୋଧ କରୁଛି, ସେ ଦାବି ପୁନଃ ଉତ୍ଥାନ ପାଇଁ ଆମକୁ ବାଧ୍ୟ କରନ୍ତୁ ନାହିଁ। ଦୟାପୂର୍ବକ ଆମକୁ ‘ଷ୍ଟେଟ୍‌ ଅଟୋନମି’ (ପ୍ରାଦେଶିକ ସ୍ବାତନ୍ତ୍ରତା) ପ୍ରଦାନ କରନ୍ତୁ।
ସେ ପୁଣି କହିଛନ୍ତି, ଅର୍ଥନୈତିକ ତଥା ନିଯୁକ୍ତି ସୁଯୋଗ ନାଆଁରେ ତାଙ୍କ ଦାବିକୁ ଉପେକ୍ଷା କରାଯାଇଛି। ଆମେ ଯେ ପର୍ଯ୍ୟନ୍ତ ଭାରତ ସହିତ ମିଶି ରହିଥିବୁ, ତାମିଲମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ହେବ ନାହିଁ କି, ସେମାନେ ଚାକିରି ପାଇବେ ନାହିଁ। ଏ. ରାଜାଙ୍କର ଉପରୋକ୍ତ ମନ୍ତବ୍ୟକୁ ‘ବିଜେପି’ ନେତାମାନେ ତୀବ୍ର ସମାଲୋଚନା କରି କହିଛନ୍ତି କି, ସେ ବିଚ୍ଛିନ୍ନତାବାଦୀ ମନୋଭାବ ପ୍ରଦର୍ଶନ କରୁଛନ୍ତି।

ad-week
Leave A Reply

Your email address will not be published.