ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍‌ ଖାଇରେ ପଡ଼ିଯିବାରୁ ସ୍କୁଲ୍‌ ପିଲାଙ୍କ ସମେତ ୧୬ ମୃତ

add-all

କୁଲୁ: ଆଜି ବଡ଼ି ସକାଳେ ହିମାଚଳ ପ୍ରଦେଶର ସୈଞ୍ଜ୍‌ ଉପତ୍ୟକାରେ ଥିବା ‌ଗଭୀର ଖାଇ ମଧ୍ୟକୁ ଗୋଟାଏ ଘରୋଇ ବସ୍‌ ପଡ଼ିଯିବାରୁ ସ୍କୁଲ୍‌ ପିଲାଙ୍କ ସମତେ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
କୁଲ୍ଲୁର ଡେପୁଟି କମିସନର୍‌ ଆଶୁତୋଷ ଗର୍ଗ କହିଛନ୍ତି, ସୈଞ୍ଜ୍‌ ଅଭିମୁଖେ ଯାଉଥିବା ବସ୍‌ଟି ଜଙ୍ଗଲା ଗାଁ ନିକଟରେ ଥିବା ଖାଇ ଭିତରକୁ ଖସିପଡ଼ିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ପ୍ରାୟ ୪୫ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ସକାଳ ପ୍ରାୟ ୮.୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତ ବ୍ୟକ୍ତିଙ୍କ ବ୍ୟତୀତ ଏହି ଦୁର୍ଘଟଣାରେ ଆଉ କିଛି ଯାତ୍ରୀ ଆହତ ହୋଇଥିବା ଆଶଙ୍କା କରାଯାଉଛି।
ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ସେଠାରୁ ୩ଜଣ ଆହତଙ୍କୁ ଉଦ୍ଧାର କରାଗଲାଣି। ଘଟଣାସ୍ଥଳରେ ପହଞ୍ଚିଥିବା ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ କହିବା ଅନୁସାରେ, ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଉଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା କଥା ମଧ୍ୟ ସେମାନେ କହୁଛନ୍ତି।
ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିମାନଙ୍କର ଶବ ଚିହ୍ନଟ ହୋଇନାହିଁ।
ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ହିମାଚଳ ପ୍ରଦେଶର କୁଲ୍ଲୁରେ ଘଟିଥିବା ବସ୍‌ ଦୁର୍ଘଟଣା ହୃଦୟବିଦାରକ। ଏଭଳି ଦୁଃସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା। ପ୍ରଭାବିତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେଉଛି।

ad-week
Leave A Reply

Your email address will not be published.