‘ଯିଏ ନୂପୁର ଶର୍ମାର ମୁଣ୍ଡ କାଟି ଦେବ, ମୁଁ ତାକୁ ମୋ’ ଘର ଦେଇଦେବି’

add-all

ନୂଆଦିଲ୍ଲୀ: ନୂପୁର ଶର୍ମା ବିବାଦ ଥମିବା ନାଁ ଧରୁନି। ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିଥିବା ରାଜସ୍ଥାନ ଉଦୟପୁରରେ ଟେଲର କହ୍ନେୟା ଲାଲ୍‌ କହ୍ନେୟା ଲାଲ ଓ ମହାରାଷ୍ଟ୍ରର ଅମରାବତୀ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କୁ ହତ୍ୟା କରିବା ପରେ ସମଗ୍ର ଦେଶରେ ଏବେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏପରି ସ୍ଥିତିରେ ଆଜମେରରୁ ଆସିଛି ଆଉ ଏକ ବିବାଦୀୟ ବୟାନ। ଏନେଇ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏହି ଭିଡିଓରେ ଏକ ଦରଘାର ସେବକ ସଲମାନ ଚିସ୍ତି ଭାଜପାର ପୂର୍ବ ପ୍ରବକ୍ତା ନୂପୁର ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି।
ନିଜ ଭିଡିଓରେ ସଲମାନ କହିଛନ୍ତି, ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ କାଟ କରିବ, ତାକୁ ମୁଁ ମୋ ଘର ଦେଇଦେବି। କହ୍ନେୟା ଲାଲ ହତ୍ୟାକାଣ୍ଡ ପରେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ପ୍ରାୟ ୨ ମିନିଟ ୫୦ ସେକେଣ୍ଡର ଏହି ଭିଡିଓରେ ସଲମାନ ଚିସ୍ତି ଖୁଲମଖୁଲା ନୂପୁର ଶର୍ମାଙ୍କୁ ହତ୍ୟା ଧମକ ଦେଉଛନ୍ତି।
ଭିଡିଓରେ ସେ କହୁଛନ୍ତି, ଏବେ ଆଉ ପୂର୍ବ ପରି ସ୍ଥିତି ନାହିଁ। ନଚେତ ସେ ଏପରି କହିବା ପାଇଁ ସାହସ କରି ନ ଥାନ୍ତେ। ମୁଁ ତାକୁ ବିଚ୍‌ ରାସ୍ତାରେ ଗୁଳି କରିଦେଇଥାନ୍ତି। ଆଜି ବି କହୁଛି, ଯିଏ ନୂପୁର ଶର୍ମାର ମୁଣ୍ଡ ଆଣିଦେବ ତାକୁ ମୁଁ ମୋ ଘର ଦେଇଦେବି।
ସଲମାନଙ୍କ ଭିଡିଓ ଭାଇରାଲ ହେବା ପରେ ଅଜମେର ସହରର ଅଲବର ଥାନାରେ ଏକ ମାମଲା ରୁଜୁ ହୋଇଛି। ଭିଡିଓରେ ସଲମାନ ନିଶାରେ ଥିବା ବେଳେ ପୁଲିସ୍‌ ଏବେ ତାଙ୍କ ତଲାସୀ ଆରମ୍ଭ କରିଦେଇଥିବା କହିଛନ୍ତି ଅଜମେରର ଏଏସ୍‌ପି।
ସୂଚନାଯୋଗ୍ୟ, ଟେଲର କହ୍ନେୟା ଲାଲ ହତ୍ୟା ଘଟଣାରେ ପୁଲିସ୍‌ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦଙ୍କୁ ଗିରଫ କରିଛି। କହ୍ନେୟା ଲାଲଙ୍କ ହତ୍ୟା ପୂର୍ବରୁ ସେମାନେ ଏକ ଭିଡିଓ କରି ହତ୍ୟା ଧମକ ଦେଇଥିବା ବେଳେ ହତ୍ୟା କରି ସାରିବା ପରେ ମଧ୍ୟ ଏହାର ଭିଡିଓ କରି ଭାଇରାଲ କରିଥିଲେ। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ପରିସ୍ଥିତି ବିଗିଡ଼ିବାରେ ଲାଗିଥିଲା।

ad-week
Leave A Reply

Your email address will not be published.