କୁଲୁରେ ବାଦଲ ଫଟା ବର୍ଷା, ଶିମଲାରେ ଭୂସ୍ଖଳନ

add-all

ଶିମଲା: ହିମାଚଳ ପ୍ରଦେଶରେ ପ୍ରକୃତିର କରାଳ ରୂପ। କୁଲୁ ଜିଲ୍ଲାର ମଣିକର୍ଣ୍ଣରେ ବାଦଲା ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଏକ କ୍ୟାମ୍ପିଂ ସାଇଟ୍‌ ଧୋଇ ହୋଯାଇଛି। ଫଳରେ ୬ ଜଣଙ୍କ ପତ୍ତା ମିଳୁନି। କୁଲୁ ଏଡିଏମ ପ୍ରଶାନ୍ତ ସରକେକ୍‌ ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କୁଲୁର ମଣିକର୍ଣ୍ଣ ଘାଟିର ଉପତ୍ୟକାର ଚୋଜ ଗ୍ରାମରେ ବାଦଲ ଫାଟିଛି। ଫଲରେ ଭୟଙ୍କର ବନ୍ୟା ଯୋଗୁଁ ୬ ଜଣ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଗାଁରେ ବନ୍ୟା ଯୋଗୁ ଅନେକ ଘରେ ପାଣି ପସିଯାଇଛି। ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପୁଲିସଙ୍କ କହିବା ମୁତାବକ, ସ୍ଥିତି ବେକାବୁ ହୋଇପଡିଛି। ପ୍ରଶାସନ ମାଟି କାଦୁଅ ତଳେ ଦବି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ବିଳମ୍ବିତ ରାତିରୁ ସକାଳ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ଗ୍ରାମବାସୀ କୁଲୁ ପ୍ରଶାସନକୁ ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନା ପାଇବା ପରେ ପୁଲିସ ଏବଂ ପ୍ରଶାସନ ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କାସୋଲ ନିକଟରେ ରାସ୍ତାରେ ଆବର୍ଜନା ମଧ୍ୟ ଆସିଛି। ଏଥିସହିତ ମାଲାନାର ଡ୍ୟାମ୍ ସାଇଟ୍ ରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବାସ୍ତବରେ, ହିମାଚଳର ପାଣିପାଗ ବିଭାଗ ବୁଧବାର ପାଇଁ ଅରେଞ୍ଜ ଅଲର୍ଟ ଜାରି କରିଛି।

କେବଳ ମୌସୁମୀର ପ୍ରଥମ ଏକ ସପ୍ତାହରେ ହିମାଚଳରେ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ସଡ଼କ ଦୁର୍ଘଟଣା ମଧ୍ୟ ସାମିଲ ଅଛି। ରାଜସ୍ୱ ବିଭାଗ ଅନୁଯାୟୀ, ଏପର୍ୟ୍ୟନ୍ତ ୧.୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି।

ଅପରପକ୍ଷରେ ଶିମଲାରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.