ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ

add-all

ନୂଆଦିଲ୍ଲୀ: ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି। ଅଧିକାରୀମାନେ କହିଛନ୍ତି ଯେ ଉଭୟ ପହଲଗାମ ଓ ବାଲଟାଲ ପଟୁ ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରୀମାନଙ୍କ ଆଗମନକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି। ଯେମିତି ହିଁ ପାଣିପାଗରେ ସୁଧାର ଆସିବ, ଯାତ୍ରା ପୁଣିଥରେ ଆରମ୍ଭ ହେବ। ଅଧିକାରୀମାନଙ୍କ କହିବା ହେଲା, ଏ ପର୍ଯ୍ୟନ୍ତ ପାଖାପାଖି ୬୫ ହଜାର ଶ୍ରଦ୍ଧାଳୁ ପବିତ୍ର ଅମରନାଥ ଗୁମ୍ଫାକୁ ଦର୍ଶନ କରି ସାରିଲେଣି।

ଗତ ସୋମବାର ୭,୨୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଷଷ୍ଠ ଗ୍ରୁପ୍‌ କଡ଼ା ସୁରକ୍ଷା ବଳୟ ଭିତରେ ଜମ୍ମୁରୁ ବାଲଟାଲ ଓ ପହଲଗାମ ଆଧାର ଶିବିରକୁ ଯାତ୍ରା କରିଥିଲା। ଅଧିକାରୀମାନେ କହିଛନ୍ତି, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ସୁରକ୍ଷା ବଳୟ ଭିତରେ ମୋଟ ୭,୨୮୨ ଶ୍ରଦ୍ଧାଳୁ ଭଗବତୀ ନଗର ଯାତ୍ରୀ ନିବାସରୁ ଯାତ୍ରା କରିଥିଲେ।ଏଥିରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାରେ ୩୩୨ ଯାନ ସାମିଲ ହୋଇଥିଲା। ଏହି ଗ୍ରୁପ୍‌ରେ ୫,୮୬୬ ପୁରୁଷ, ୧,୨୦୬ ମହିଳା, ୨୨ ଛୋଟ ପିଲା, ୧୭୯ ସାଧୁ ଏବଂ ୯ ସାଧ୍ୱୀ ରହିଛନ୍ତି।

ad-week
Leave A Reply

Your email address will not be published.