ଗଞ୍ଜାମରେ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ

add-all

ବ୍ରହ୍ମପୁର: ଗଞ୍ଜାମ ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ। ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ସମୀକ୍ଷା କରିବା ସହ ଅନୁଷ୍ଠିତ କୋର କମିଟି ବୈଠକରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଦଳା ଏନଏସି ଠାରେ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ଗୃହ, ସ୍ବଚ୍ଛ ଭାରତ ମିଶନ ସହ ବିଭିନ୍ନ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ବାସ୍ଥ୍ୟ ଓ ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏଥିନିମନ୍ତେ ଯଥା ସମ୍ଭବ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସମୀକ୍ଷା ବୈଠକରେ ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.