ଟିଏମ୍‌ସିର ଜଣେ ନେତା ଓ ୨ କର୍ମୀଙ୍କୁ ଗୁଳି କରି ହତ୍ୟା

add-all

କୋଲକାତା: ଟିଏମ୍‌ସିର ଜଣେ ନେତା ଓ ଦୁଇ ଜଣ କର୍ମଙ୍କୁ ହତ୍ୟା କରାଯାଇଛି। କୋଲକାତା ଠାରୁ ୫୦ କିଲୋମିଟର ଦୂର କ୍ୟାନିଂର ଜନଗହଳି ଭିତରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ନେତା ଜଣକ ଗୋପାଳପୁର ପଞ୍ଚାୟତ ସଭ୍ୟ ସ୍ୱପ୍ନ ମାଝି। ସେ ସକାଳ ପ୍ରାୟ ୯ଟା ବେଳେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଗୁଳିକରି ତାଙ୍କୁ ମାରିଦେଇଛନ୍ତି।
ଏତିକିରେ ମନ ବୁଝି ନ ଥିଲା ଯେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିବା ପରେ ଛୁରି ଭୁସି ଦେଇଥିଲେ। ତାଙ୍କୁ ମାରି ଘଟଣାସ୍ଥଳରୁ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଟିଏମ୍‌ସି ନେତାଙ୍କୁ ବଞ୍ଚାଇବାକୁ ଆସିଥିବା ଦୁଇଜଣ କର୍ମୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.