ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ କରୋନା, ପରୀକ୍ଷା ବର୍ଜନ କଲେ ଛାତ୍ରଛାତ୍ରୀ

add-all

କଟକ: ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ପରେ ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ ।

ସୂଚନାଅନୁସାରେ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ଆଜି ୫ମ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ ପେପର ପରୀକ୍ଷା ହେବାନେଇ କାର୍ଯ୍ୟକ୍ରମ ରହିଥିଲା । ଆଜି ୧୦.୩୦ ରୁ ୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ କ୍ୟାମ୍ପସରେ କରୋନା ପଜିଟିଭ ବାହାରିବା ପରେ ଛାତ୍ରଛାତ୍ରୀ ଅନ୍ୟତ୍ର ପରୀକ୍ଷା କରିବା ସହ ଅନ ଲାଇନ ପରୀକ୍ଷା କରିବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି। ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।କିଛି ଦିନ ତଳେ କିଛି ପରୀକ୍ଷା ନିରୀକ୍ଷକ ପଜିଟିଭ ଚିହ୍ନଟ ହୋଇଥିଲେ ଗତକାଲି(ବୁଧବାର) ଆଉ ତିନି ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି। 

ad-week
Leave A Reply

Your email address will not be published.