କଟକ ଫୁଲନଖରା ଛକରୁ ୪୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

Independence

କଟକ: ୪୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । କଟକ ଫୁଲନଖରା ଛକରୁ ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ନିଆଳି ଏରଞ୍ଚର ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ହୋଇଛି ଏହି ୪୨୦ ଗ୍ରାମ ବ୍ରାଉନସୁଗର। ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି ସଂପୃକ୍ତ ବ୍ୟକ୍ତି ନିଆଳି ଏରଞ୍ଚର ସମରେନ୍ଦ୍ର ମହାନ୍ତି।

ଭଦ୍ରକ ଜାମୁଝାଡିରୁ ସେ ବ୍ୟବସାୟ ପାଇଁ ଏହି ବ୍ରାଉନସୁଗର ଆଣୁଥିଲା ବୋଲି ଅଭିଯୁକ୍ତ ସ୍ୱୀକାର କରିଛି। ଗତ ଦୁଇ ମାସ ହେବ ସେ ଏହି ବ୍ୟବସାୟ କରୁଥିବା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ କହିଥିବା ବେଳେ ସେ କେବେଠାରୁ ଏହି ଚୋରା ବେପାର କରୁଥିଲା ଓ ତା ସହ ଆଉ କିଏ ସଂପୃକ୍ତ ଅଛି, ଅବକାରୀ ବିଭାଗ ତାହାର ତଦନ୍ତ ଚଳାଇଛି। ଆଜି ସେ ଭଦ୍ରକରୁ ବ୍ରାଉନସୁଗର ଧରି ଫୁଲନଖରା ଛକରେ ଓହ୍ଲାଇ ଥିଲା। ନିଆଳୀ ବସକୁ ଅପେକ୍ଷା କରିଥିବା ବେଳେ ମାଡି ବସିଥିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ।

ad-week
Leave A Reply

Your email address will not be published.