ଭୁବନେଶ୍ୱର ମହାନଗରରେ କଟକଣା କଡ଼ାକଡ଼ି କଲା ବିଏମ୍‌ସି

add-all

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗରରେ ବିଏମସି କଟକଣାକୁ କଡ଼ାକଡ଼ି କରିଛି। ଏନେଇ ବିଏମସି ପକ୍ଷରୁ ଏକ ନୂଆ ନିର୍ଦେଶନାମା ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ୍ ଆଦି ଦୋକାନୀଙ୍କୁ ଭିଡ଼ କରିବା ମନା। ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି।

କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି। ସିନେମା ହଲ୍, ଅଡିଟୋରିଅମ ଓ ଥିଏଟରରେ ପ୍ରତ୍ୟେକ ଲୋକ ଯେପରି ମୁହଁରେ ମାସ୍କ ପିନ୍ଧି ପ୍ରବେଶ କରିବେ ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଠିକ୍ ସେହିପରି ସେଲୁନ୍ ଓ ସ୍ପାରେ ମଧ୍ୟ କରୋନା ନିୟମ ପାଳନ କରିବାକୁ କୁହାଯାଇଛି। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କୋଭିଡ଼ କଟକଣା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଜଣେ ଲେଖାଏ ଦାୟିତ୍ବସଂପନ୍ନ ଅଧିକାରୀ ରଖିବାକୁ ସବୁ ମଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏସବୁ ନିୟମ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ କୁହାଯାଇଛି।

ad-week
Leave A Reply

Your email address will not be published.