ଯୁଗ୍ମ ପ୍ରବେଶିକା ପରୀକ୍ଷା JEEରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଓଡ଼ିଶା ଟପ୍ପର

add-all

ଯୁଗ୍ମ ପ୍ରବେଶିକା ପରୀକ୍ଷା JEEରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଓଡ଼ିଶା ଟପ୍ପର। ପ୍ରକାଶ ପାଇଥିବା JEE ମେନ୍‌ ସେସନ୍‌-୧ ରେଜଲ୍ଟରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଓ଼ଡିଶା ଟପ୍ପର ହୋଇଛନ୍ତି। ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ଟପ୍ପର ହେବା ସହ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ରହିଛନ୍ତି ଦିବ୍ୟାଂଶୁ।

ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। jeemain.nta.nic.in ୱେବସାଇଟ୍‌ରେ ଉପଲବ୍ଧ ହେଉଛି ରେଜଲ୍‌ଟ। NTA ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତ ବର୍ଷ ମୋଟ ୧୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଜୁଲାଇ ୨୧ରୁ ୩୦ ଯାଏ ଜେଇଇ ସେସନ୍‌-୨ ପରୀକ୍ଷା ହେବ । ଏଥିପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଯାଇଛି ।

ad-week
Leave A Reply

Your email address will not be published.