
ମାଲକାନଗିରି : ସୀମାନ୍ତ ରାଜ୍ୟ ଛତିଶଗଡ ର ସୁକମା ଜିଲ୍ଲାରେ 10ଲକ୍ଷ ଇନାମୀ ମାଓ ଦମ୍ପତି ସୁକମା ଏସପି ସଂମୁଖରେ ଆତ୍ମସମର୍ପଣ କରିଛନ୍ତି l ସୁକମା ଜିଲ୍ଲା ଏସପି ଶ୍ରୀ ସୁନୀଲ ଶର୍ମା ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ସଂମୁଖରେ ନକ୍ସଲ ମଡ଼କମ ହିଡ଼ମା ଓ ତାର ସ୍ତ୍ରୀ କୁରାମ ହୁଙ୍ଗୀ ଆତ୍ମସମର୍ପଣ କରିଛନ୍ତି ନକ୍ସଲ ହିଡ଼ମା ନାମରେ ପାଞ୍ଚ ଲକ୍ଷ ଏବଂ ତାର ସ୍ତ୍ରୀ କୁରାମ ହୁଙ୍ଗୀ ନାମରେ ପାଞ୍ଚ ଲକ୍ଷ ରାଶି ଛତିଶଗଡ ସରକାର ଦ୍ୱାରା ଘୋଷଣା କରାଯାଇଥିଲା ଉଭୟ ଦୁଇଜଣ ମାଓ ଦମ୍ପତି ନକ୍ସଲ ସଂଗଠନର ଲକ୍ଷହୀନ ବିଚାରଧାରା ନିରୀହ ଲୋକଙ୍କୁ ପୋଲିସର ସୂଚନାଦାତା ସନ୍ଧେହରେ ହତ୍ୟା ଓ ଲୁଟମାର କରିବା ଏବଂ ବିକାଶରେ ବାଧା ସୃଷ୍ଟିକରିବା ଯୋଗୁଁ ସେ ନକ୍ସଲ ସଂଗଠନ ଛାଡି ସମାଜର ମୁଖ୍ୟ ଧାରାରେ ସାମିଲ ହେବା ପାଇଁ ଉଭୟ ମାଓ ଦମ୍ପତି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି l ନକ୍ସଲ ମଡକାମ ହିଡ଼ମା 2017 ରେ ହୋଇଥିବା ବୁର୍କାପାଲ ଆକ୍ରମଣରେ ସାମିଲ ଥିଲେ ଯେଉଁଥିରେ 25ଯବାନ ଶହୀଦ ହୋଇଥିଲେ l ଏବଂ ହିଡ଼ମାଙ୍କ ସ୍ତ୍ରୀ 2020ମସିହାରେ ମିନପା ଗ୍ରାମରେ ସୁରକ୍ଷାବଳ ଉପରେ ଆକ୍ରମଣରେ 17ଯବାନ ଶହୀଦ ହୋଇଥିଲେ ସେଥିରେ ସାମିଲ ଥିଲେ l ଜିଲ୍ଲାରେ ଚାଲୁଥିବା ପୁନା ନାର୍କୋମ ଅଭିଯାନରେ ପ୍ରଭାବିତ ହୋଇ ଏହି ଦୁଇ ମାଓ ଦମ୍ପତି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି l