ଏଟିଏମ୍‌ ଭ୍ୟାନ୍‌ ଲୁଟେରା ଗିରଫ, ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ

add-all

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚ ପାଖରେ ସିଏମ୍ ଏସ ଗାଡ଼ିରେ ସିନାପାଲି ଓ ବୋଡ଼େନରେ ଥିବା ଏଟିଏମ ମାନଙ୍କରେ ଟଙ୍କା ଭର୍ତି କରିବା ପାଇଁ ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚରୁ ୫୭ଲକ୍ଷ୍ୟ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ କୌଣସି କାର୍ଯ୍ଯ ନେଇ ପୁଣିଥରେ ବ୍ୟାଙ୍କକୁ ଯାଇଥିଲା ଏବଂ ଗାଡ଼ିର ସିକୁରିଟି ଗାର୍ଡ ପରିସ୍ରା ଯିବା ସମୟରେ ଏହାର ସୁଯୋଗ ନେଇ ଡ୍ରାଇଭର ଜୟରାମ ମାଝୀ ଟଙ୍କା ଭର୍ତି ଗାଡ଼ି ଧରି ଫେରାର ହୋଇଥିବା ବେଳେ ନୂଆପଡା ପୁଲିସ ଏହାର ତଦନ୍ତ ଆରମ୍ଭ କରି ଅତି ଶୀଘ୍ର ଘଟଣାର ପର୍ଦାଫାସ କରିଛି।

ଏଥିରେ ଚୋରି ହୋଇଥିବା ଟଙ୍କା ରୁ ୯୬% ପ୍ରତିଶତରୁ ଉର୍ଦ୍ଧ୍ବ ଟଙ୍କା ଉଦ୍ଧାର କରିପାରିଛି। ଏହି ଘଟଣା ନେଇ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା,ନୂ ଆପଡ଼ା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡ଼ା ଯୋଙ୍କ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀ, ଖଡ଼ିଆଳ ଆଇଆଇସି ଅନିରୁଦ୍ଧ ମୁଦଳି, ଳଖନା ଆଇଆଇସି ଗୁରୁଦେବ କାମିନୀ ଏସଆଇ ତାରାକାନ୍ତ ବିଶ୍ଵାଳ ଏକ ସ୍ବତନ୍ତ୍ର ଟିମ୍ ଘଠାନ କରି ତଦନ୍ତ କରିଥିଲେ। ଏଟିଏମ ଟଙ୍କା ନେଉଥିବା ଗାଡିକୁ ଭରୁଆକାନି ଠାରେ ଛାଡି ଡ୍ରାଇଭର ଟଙ୍କା ନେଇ ଫେରାର ହୋଇଥିଲା।

ସେଠାରୁ ସେ ନିଜ ସମ୍ପର୍କୀୟ କନ୍ଦେଇ ଗ୍ରାମର ନେତ୍ରାନନ୍ଦ ମାଝୀ, ଓ ଈଶ୍ୱର ମାଝୀ ଘରକୁ ଯାଇ ଟଙ୍କା ଲୁଚାଇଥିବା ବେଳେ ପରେ କୋମନା ବ୍ଲକ ର ଛତା ଗ୍ରାମର ସମ୍ପର୍କୀୟ ଭୁଜବଳ ମାଝୀ ଘରକୁ ଯାଇଥିଲା। ଏନେଇ ନୂଆପଡା ପୁଲିସ ମିଳିତ ରୂପେ ଚଢ଼ାଉ କରି ଅଭିଯୁକ୍ତ ଡ୍ରାଇଭର ଜୟରାମ ମାଝୀଙ୍କୁ ସେଠାରୁ ଧରିବାକୁ ସଫଳ ହୋଇଥିଲେ। ଏହି ଘଟଣାରେ ସେ ଜଣେ ମାତ୍ର ମୁଖ୍ୟ ଅଭିଯୁକ୍ତ ଲାବୁ ମାଝୀ ହୋଇଥିବା ବେଳେ ଚୋରି ଟଙ୍କା ରଖିବାରେ ସହଯୋଗ କରିଥିବାରୁ ଅନ୍ୟ ଚାରି ଜଣ ଅଭିଯୁକ୍ତ ନେତ୍ରାନନ୍ଦ ମାଝୀ, ବିଶାଖା ମାଝୀ, ଭୂଜବାଳ ମାଝୀ, ଈଶ୍ୱର ମାଝୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ଘଟଣାରେ ବ୍ୟବହାର ହୋଇଥିବା ଗାଡ଼ି, ଏକ ଅଟୋ , ଏକ ସାଇକେଲ, ଏକ ଛତା , ତିନି ଗୋଟି ମୋବାଇଲ୍ ଫୋନ, ଏୟାର ବ୍ୟାଗ, ସାର୍ଟ ପ୍ୟାଣ୍ଟ୍, ସମେତ ଚୋରି ହୋଇଥିବା ୫୫ଲକ୍ଷ ୭୬ହଜାର ୭୫୦ଟଙ୍କା ଉଦ୍ଧାର କରାଯାଇଛି । ଏନେଇ ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଖଡ଼ିଆଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.