ବାଘଲଟି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହେଲା

add-all

ପାତ୍ରପୁର : ପାତ୍ରପୁର ତହସିଲ ଅନ୍ତର୍ଗତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଯେ କୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ କରାଯିବ ବୋଲି କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇଥିଲା ବେଳେ ମଙ୍ଗଳବାର ରାତିରେ ଜଳ ନିଷ୍କାସନ କରାଯାଇଛି । ଲଘୁଚାପ ଯୋଗୁଁ ବାଘଲଟି ଅଞ୍ଚଳରେ ତଥା ଜଳ ଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଜଳ ଭଣ୍ଡାର ମଧ୍ୟକୁ ଜଳ ପ୍ରବେଶ କରୁଛି। ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧୦୬ ମିଟର ରହିଥିବା ବେଳେ ୧୦୪ ମିଟର ରୁ ଉର୍ଦ୍ଧ ଜଳ ରହିଛି। ତେଣୁ ବାହୁଦା ନଦୀ କୂଳରେ ରହିଥିବା ଗ୍ରାମ ଗୁଡିକର ଲୋକ ମାନେ ସେମାନେ ନଦୀ ଗର୍ଭକୁ ବ୍ୟବହାର କରିବେ ନାହିଁ କିମ୍ବା ସେମାନଙ୍କର ଗୃହ ପାଳିତ ପଶୁମାନଙ୍କୁ ମଧ୍ୟ ନଦୀ ମଧ୍ୟ କୁ ଛାଡ଼ିବେ ନାହିଁ ବୋଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ଜନ ସାଧାରଣ ସହଯୋଗ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜିବ କୁମାର ଦାସଶର୍ମା ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.