କିଆବୁଦା ମୂଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଛି ନିଖୋଜ ମହିଳାଙ୍କ ମୃତଦେହ

add-all

ଯାଜପୁର: ନିଖୋଜ ମହିଳାଙ୍କ କିଆବୁଦା ମୂଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଛି ମୃତଦେହ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗ୍ରାମରେ। ମୃତ ମହିଳା ହେଲେ ସୁରେନ୍ଦ୍ର ଦାଶଙ୍କ ପତ୍ନୀ ଗୀତାଞ୍ଜଳି ଦାଶ। ସେ ମଙ୍ଗଳବାର ରାତିରୁ ନିଖୋଜ ଥିବା ବେଳେ ଗତକାଲି ଧର୍ମଶାଳା ଥାନାରେ ତାଙ୍କ ଭାଇ ସୌମ୍ୟରଂଜନ ପାଣିଗ୍ରାହୀ ଭଉଣୀ ନିଖୋଜ ହେବା ନେଇ କରିଥିଲେ ଅଭିଯୋଗ।

ସୂଚନା ମୁତାବକ, ସୁନାରୀ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳି ୧୬ବର୍ଷ ତଳେ ବାରବାଟୀ ବାଙ୍କସାହି ଗ୍ରାମର ସୁରେନ୍ଦ୍ର ଦାଶ ଙ୍କୁ ବିବାହ କରିଥିଲେ।

ତେବେ ଗତ ୫/୬ବର୍ଷ ହେବ ଗୀତାଞ୍ଜଳି ପାରିବାରିକ କଳହ ଯୋଗୁଁ ନିଜର ଏକମାତ୍ର ଝିଅକୁ ଧରି ବାପଘରେ ଆସି ରହୁଥିଲେ। ଗୀତାଞ୍ଜଳି ବାପଘରେ ରହିବା ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେବେ ମଙ୍ଗଳବାର ହଠାତ ଘରୁ କୁଆଡେ ଚାଲିଯାଇଥିଲେ। ତେବେ ଆଜି ସକାଳୁ ଘର ଠାରୁ କିଛି ଦୂରରେ ଥିବା ଏକ କିଆ ବୁଦା ମୂଳେ ଦରପୋଡ଼ା ଅବସ୍ଥାରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏହା ଗୀତାଞ୍ଜଳୀଙ୍କର ବୋଲି ଜଣାପଡିଥିଲା। ପାଖରେ ପ୍ଲାଷ୍ଟିକ ଜାର ପଡିଥିବା ବେଳେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.