ରାଜ୍ୟରେ ଆଉ ୪୭୯ କରୋନା ଆକ୍ରାନ୍ତ ସୁସ୍ଥ

add-all

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ରାଜ୍ୟରେ ୧୨,୮୩,୧୬୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖେର୍ଦ୍ଧାରୁ ୨୧୩,କଟକରୁ ୯୪,ସୁନ୍ଦରଗଡ଼ରୁ ୨୪,ବାଲେଶ୍ୱରରୁ ୨୨, ଝାରସୁଗୁଡାରୁ ୧୩, ଜଗତ୍‌ସିଂହପୁରରୁ ୧୨, ପୁରୀରୁ ୧୧, ସମ୍ବଲପୁରରୁ ୯, ମୟୁରଭଞ୍ଜରୁ ୮, ଗଜପତିରୁ ୫, ଯାଜପୁରରୁ ୪, କଳାହାଣ୍ଡିରୁ ୩, ରାୟଗଡ଼ାରୁ ୩, ଭଦ୍ରକରୁ ୨, ସୋନପୁରରୁ ୨, ଦେବଗଡ଼ରୁ ୧, ଗଞ୍ଜାମରୁ ୧ ଏବଂ ଷ୍ଟେଟ୍‌ ପୁଲରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ad-week
Leave A Reply

Your email address will not be published.