ଖରସ୍ରୋତାରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ

add-all

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଙ୍କିପାଳ ନିକଟରେ ଖାରସ୍ରୋତାକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ। ପ୍ରକାଶ ଯେ କଏଣା-ରଘୁନାଥପୁର ପଞ୍ଚାୟତରେ ନିର୍ମାଣଧିନ ମେଗା ପ୍ରକଳ୍ପରେ କାର୍ଯ୍ୟରତ ୭ ଜଣ ଶ୍ରମିକ ଆଜି ମଧ୍ୟାହ୍ଣରେ ବାଙ୍କିପାଳ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ସୟଦପୁର ପଞ୍ଚାୟତ ମିର୍ ସାହିର ରମେଶ ଦାସଙ୍କ ପୁଅ ବିଶ୍ଵଜିତ୍ ଦାସ(୨୦) ନିଖୋଜ ହୋଇଯାଇଥିଲେ।

ଖବର ପାଇ ସ୍ଥାନୀୟ ଲୋକ ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୋଟଟି ଖରାପ ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦଅଛି। ସଂଧ୍ୟା ପର୍ଯ୍ୟନ୍ତ ବିଶ୍ଵଜିତଙ୍କର କୌଣସି ପତ୍ତା ମିଳିନାହିଁ। ବୋଟ ଖରାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.