ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଜେଏମଏମ

add-all

ରାଞ୍ଚି : ଆସନ୍ତା ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବୋଲି ଗୁରୁବାର ଘୋଷଣା କରିଛି। ଏହା ସହିତ ଆଉ ଏକ ବିରୋଧୀ ଦଳ ଦ୍ରୌପଦୀଙ୍କ ସମର୍ଥନରେ ଆଗକୁ ଆସିଛି। ଦ୍ରୌପଦୀ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ମଧ୍ୟ ଥିଲେ। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟରେ କଂଗ୍ରେସ ସହିତ ମେଣ୍ଟ କରି ସରକାର କରିଛି।

ଏହାପୂର୍ବରୁ ଦ୍ରୌପଦୀ ଝାଡ଼ଖଣ୍ଡ ଗସ୍ତ କରି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେମନ୍ତ ସୋରେନ ସରକାରକୁ ସମର୍ଥନ ମାଗିଥିଲେ। ସେ ଏହି ନିର୍ବାଚନ ପାଇଁ କ୍ଷମତାଧୀନ ଆଦିବାସୀ ପାର୍ଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ରାଜ୍ୟର ବିଜେପି ବିଧାୟକ ଓ ସାଂସଦମାନଙ୍କୁ ସମର୍ଥନ ମାଗିଥିଲେ। ଏହାଛଡ଼ା ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନଙ୍କୁ ମଧ୍ୟ ଭେଟିଥିଲେ।

ଦ୍ରୌପଦୀ ମୁର୍ମୁ ଓ ହେମନ୍ତ ସୋରେନ୍ ଦୁଇଜଣ ଆଦିବାସୀ ନେତା ହୋଇଥିବା ବେଳେ ସେ ସାନ୍ତାଳ ସମ୍ପ୍ରଦାୟରୁ ଆସିଛନ୍ତି। ଏହି ସମ୍ପ୍ରଦାୟର ଲୋକମାନେ ଝାଡ଼ଖଣ୍ଡ ସହିତ ଓଡ଼ିଶାରେ ମଧ୍ୟ ବହୁ ସଂଖ୍ୟାରେ ବସବାସ କରନ୍ତି। ଦ୍ରୌପଦୀ ମୁର୍ମୁ ଓଡ଼ିଶା ମୟୁରଭଞ୍ଜର ବାସିନ୍ଦା।

ad-week
Leave A Reply

Your email address will not be published.