ଲଘୁଚାପ ବର୍ଷାରେ କାନ୍ଥ ଭୁଶୁଡି ଦୁଇ ମୃତ ଜଣେ ଗୁରୁତର

add-all

ଫୁଲବାଣୀ : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିଗତ ଚାରି ପାଞ୍ଚଦିନରୁ ଉର୍ଦ୍ଧ୍ବଧରି ପ୍ରବଳ ବର୍ଷା ଲାଗିରହିଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି। ଆଜି ସକାଳୁ ବର୍ଷା ଲାଗିରହିଛି। ଇତି ମଧ୍ୟରେ ଫୁଲବାଣୀ ସହର ନାରାୟଣୀ ରୋଡ଼ ନିକଟସ୍ଥ ତ୍ରୀଦେବ ନଗରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।

ଏକ ମାଟି ଘର କାନ୍ଥ ଭୁଷୁଡି ଘର ପରିବାରର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।ଚାରିଜଣଙ୍କ ମଧ୍ୟରେ ସ୍ୱାମୀ ବ୍ରଜବନ୍ଧୁ ମାଝୀ ୪୫ ସ୍ତ୍ରୀ ସୁରଥୀ ମାଝୀ ୪୨ ଝିଅ ସ୍ମୁତି ମାଝୀ ୫ ଓ ପୁଅ ରୋହନ ମାଝୀ ୩ ବର୍ଷ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ସଦସ୍ୟା ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଃଖର ବିଷୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇବା ସମୟରେ ହିଁ ମାଁ ଏବଂ ଝିଅ ଉଭୟଙ୍କ ମୃତ୍ୟୁ ହୋଇସାରିଥିବା ଖବର ଡାକ୍ତର ଜଣାଇ ଥିଲେ । ଯାହା ସୂଚନା ରହିଛି ବ୍ରଜବନ୍ଧୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ପୁଅ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ad-week
Leave A Reply

Your email address will not be published.