ସ୍ତ୍ରୀକୁ କଟୁରୀରେ ହାଣି କଟା ମୁଣ୍ଡ ଧରି ବୁଲିଲା ସ୍ୱାମୀ

add-all

ଢେଙ୍କାନାଳ: ସ୍ତ୍ରୀକୁ ହତ୍ୟା କରି କଟା ମୁଣ୍ଡ ଧରି ବୁଲିଲା ନୃଶଂସ ସ୍ୱାମୀ। ରାସ୍ତାରେ ୧୨ କିଲୋମିଟର ଧରି ଚାଲିଲା । ଢେଙ୍କାନାଳ ଗଂଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝି।

କଟୁରୀରେ ହାଣି ହତ୍ୟା ପରେ କଟାମୁଣ୍ଡ ଧରି ଚାଲି ଚାଲି ଆସୁଥିବାବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା।

ପରେ ପୋଲିସ ଖବର ପାଇ କଟାମୁଣ୍ଡ ଓ କଟୁରୀ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.