ଚାଲିଗଲେ ବର୍ଷିୟାନ୍ ଗାୟକ ଭୁପିନ୍ଦର ସିଂହ

add-all

ମୁମ୍ବାଇ: ଭାରତର ବର୍ଷୀୟାନ ଗାୟକ ଭୁପିନ୍ଦର ସିହଙ୍କର ଆଜି ପରଲୋକ ଘଟିଛି। ବଲିଉଡ୍‌ ଜଗତର ଜଣାଶୁଣା ଗାୟକ ଭୁପିନ୍ଦର କୋଭିଡ ଜଟିଳତା ଓ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ହସପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମିତାଲି ମୁଖାର୍ଜୀ ଉପସ୍ଥିତ ଥିଲେ। ସେ ମଧ୍ୟ ଜଣେ ଗାୟକ। ମୃତ୍ୟୁ ବେଳକୁ ଭୁପିନ୍ଦରଙ୍କୁ ୮୨ ବର୍ଷ ହୋଇଥିଲା। ୮-୧୦ ଦିନ ପୂର୍ବରୁ ଭୁପିନ୍ଦର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେ ମଧ୍ୟ ପରିସ୍ରାଜନିତ ରୋଗରେ ସଂକ୍ରମିତ ହୋଇଥିଲେ।
ହସପିଟାଲରେ ତାଙ୍କୁ କୋଭିଡ୍ ହୋଇଥିବା ଜଣାପଡ଼ିଥିଲା। ଆଜି ସନ୍ଧ୍ୟା ୭ଟା ୪୫ରେ ତାଙ୍କର ପରଲୋକ ଘଟିଥିବା ତାଙ୍କ ପତ୍ନୀ ମିତାଲି ମୁଖାର୍ଜୀ ସୂଚନା ଦେଇଛନ୍ତି। ୫ ଦଶନ୍ଦି ଧରି ବଲିଉଡ୍‌ରେ ଜଣେ ଲୋକପ୍ରିୟ ଗାୟକ ଭାବେ ରାଜ କରିଥିଲେ ଭୁପିନ୍ଦର। ପଞ୍ଜାବର ଅମୃତସରରେ ଜନ୍ମିତ ଭୁପିନ୍ଦର ବଡ଼ ବଡ଼ ମ୍ୟୁଜିକ ଇଣ୍ଡଷ୍ଟ୍ରି ସହ କାମ କରିଛନ୍ତି। ତାଙ୍କ ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ‘ଦିଲ ଧୁଣ୍ଡତା ହୈ, ନାମ ଗମ୍‌ ଜଗେୟା, ଏକ ଅକେଲା ଇସ୍‌ ସହରେ ମେଁ, କିସି ନଜରକୁ ଆଜ୍‌ ଭି ତେରା ଇନ୍ତଜାର ହୈ ଆଦି ଗୀତ ରହିଛି। ତାଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.