ପ୍ୟାକିଂ ହୋଇ ନଥିଲେ ଏହି ୧୪ଟି ଜିନିଷ ପାଇଁ ଦେବାକୁ ପଡ଼ିବନି ଜିଏସଟି

add-all

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଭଳି ବିବାଦ ମଧ୍ୟରେ ଟ୍ବିଟ କରି ଏକ ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ। ଏକ ଟ୍ବିଟ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ତାଲିକାରେ ଥିବା ୧୪ଟି ଜିନିଷ ଯଦି ପ୍ୟାକେଟରେ ବିକ୍ରି ନହୋଇ ଖୋଲାରେ ବିକ୍ରି ହୁଏ, ତେବେ ଏହି ଜିନିଷ ପାଇଁ ଲୋକଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ। ଅର୍ଥାତ ଯଦି ଆପଣ ପ୍ୟାକିଂ ହୋଇଥିବା ଜିିନିଷ କିଣୁଛନ୍ତି ତେବେ ଯାଇ ଆପଣଙ୍କୁ ଜିଏସଟି ଦେବାକୁ ହେବ। ଏହି ତାଲିକାରେ, ଡାଲି, ଗହମ, ବାଜରା, ଚାଉଳ, ଧାନ, ସୁଜି, ବେସନ, ଦହି/ଲସି, ଓଟ୍ସ ଭଳି ଦୈନନ୍ଦିନ ବ୍ୟବହାର ହେଉଥିବା ଗୁରୁତ୍ୱପୂର୍ଣ୍ଣ ଜିନିଷ ଅନ୍ତର୍ଭୁକ୍ତ। ଏହି କ୍ରମରେ ଓଡ଼ିଶାର ଘରେ ଘରେ ଜଳଖିଆରେ ବ୍ୟବହାର ହେଉଥିବା ଚୁଡ଼ା ଓ ମୁଢ଼ି ସାମିଲ୍ ରହିଛି।
ଚାଉଳ, ମଇଦା, ଅଟା ଓ ଦହି ଭଳି ସାମଗ୍ରୀ ଉପରେ ସରକାରଙ୍କ ୫ପ୍ରତିଶତ ଜିଏସ୍ଟି ଲଗାଇବାର ନିଷ୍ପତ୍ତି ବିଷୟରେ କହିବାକୁ ଯାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଜିଏସ୍ଟି କେବଳ ସେହି ଉତ୍ପାଦଗୁଡ଼ିକରୁ ଗ୍ରହଣ କରାଯିବ ଯେଉଁ ଜିନିଷଗୁଡ଼ିକ ପୂର୍ବରୁ ପ୍ୟାକ ଏବଂ ଲେବଲ୍ ହୋଇଥିବ। ଯଦି ଜିନିଷଗୁଡ଼ିକ ପୂର୍ବରୁ ପ୍ୟାକ ବା ଲେବଲ୍ ହୋଇ ନଥିବ, ତେବେ ସେଥିପାଇଁ ଲୋକଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ।

ad-week
Leave A Reply

Your email address will not be published.