ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

add-all

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ରାଜମହଲ ଛକରେ ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ।

ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପଚରାଉଚରା ପାଇଁ ଆଜି ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ମଧ୍ୟ ଯାଇଛନ୍ତି। ଏହାକୁ ରାଜ୍ୟ କଂଗ୍ରେସ ତୀବ୍ର ବିରୋଧ କରିଛି।

ad-week
Leave A Reply

Your email address will not be published.