ଋଷିକୁଲ୍ୟା ନଦୀଗର୍ଭରେ ସୀମିତଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ନିମନ୍ତେ କ୍ୟାବିନେଟରେ ମଞ୍ଜୁରୀ

add-all

ଛତ୍ରପୁର ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା

ଛତ୍ରପୁର : ଦୀର୍ଘ ଦିନର ଦାବି ପରେ ଅଂଚଳ ବାସିଙ୍କ ହିତ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଋଷିକୁଲ୍ୟା ନଦୀ ମଧ୍ୟରେ ୧୪୯.୬୦ କୋଟି ବିନିମୟରେ ଏକ ବ୍ୟାରେଜ ନିର୍ମାଣ ନେଇ ମଞ୍ଜୁରୀ ହୋଇଛି । ଏହା ଦ୍ୱାରା ଛତ୍ରପୁର ଓ ଗଞ୍ଜାମ ବ୍ଲକ, ଛତ୍ରପୁର ଓ ଗଞ୍ଜାମ ଏନଏସି ଏବଂ ବ୍ରହ୍ମପୁର ସହରର ୧୬ ଗ୍ରାମର ଲୋକଙ୍କୁ ବିଷୁଦ୍ଧ ପାନୀୟ ଜଳ ମିଳିପାରିବ । ୧୬୪.୦୦ ହେକ୍ଟର ପରିମିତ ଅଂଚଳରେ ଆହୁରି ସହଜ ହେବ ମାଛ ଚାଷ । ଏନେଇ ଆଜି ସ୍ଥାନୀୟ ବ୍ଲକ ଅଧ୍ୟକ୍ଷାଙ୍କ ନିଜସ୍ୱ କଠୋରୀ ପରିସରରେ ଏକ କୃତଜ୍ଞତା ସଭା ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟରେ ଏହି ପ୍ରକଳ୍ପ ଗୃହୀତ ହୋଇଥିବାରୁ ସେ ପ୍ରଥମେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ ଟି ସଚିବ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଯାହା ଫଳରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଅନ୍ୟାନ୍ୟ ଅଂଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଗମ ହୋଇପାରିବ । ସ୍ଥାନୀୟ ଶସ୍ୟ କ୍ଷେତ୍ରକୁ ଜଳ ଯୋଗାଣ ହୋଇ ପାରିବ । ମତ୍ସ୍ୟଯିବୀ ମାନେ ଉକ୍ତ ସ୍ଥାନରେ ମାଛ ଚାଷ କରି ଜିବୀକା ନିର୍ବାହ କରିବା ସହ ଅଂଚଳ ବାସିନ୍ଦା ଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବାରେ ସହାୟକ ହୋଇପାରିବ ବୋଲି ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ଏସ୍‌. କିଶୋର ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ଜ୍ୟୋତି ରଞ୍ଜନ ସାହୁ, ଅଶୋକ କୁମାର ପାଣିଗ୍ରାହୀ, ଜି. ଦିଲେଶ୍ୱର ରେଡ୍ଡୀଙ୍କ ସମେତ ବ୍ଲକ ଅଧ୍ୟକ୍ଷାଙ୍କ ସପକ୍ଷ ଗୋଷ୍ଠୀର ସମସ୍ତ ସରପଂଚ ସମିତିସଭ୍ୟ/ସଭ୍ୟା ଏବଂ ତୁଙ୍ଗ ନେତା ମାନେ ଯୋଗ ଦେଇ କହିବା ସହ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମକୁ ବଉଳଗାଁ ସମିତିସଭ୍ୟ ରାମ ଚନ୍ଦ୍ର ପରିଡା ସଂଯୋଜନା କରିଥିବା ବେଳେ ପୂର୍ବତନ ସମିତିସଭ୍ୟ ଅଶୋକ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.