ଆସନ୍ତା ୨୫ରୁ ଗଡ଼ିବ କଟକ-ପାରାଦୀପ ମେମୁ ଟ୍ରେନ୍‌

add-all

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ ଯାତାୟାତ କରିବ। ପ୍ରତି ଦିନ କଟକରୁ ଦିନ ୧୧ଟା ୩୦ରେ ଏହି ଟ୍ରେନ ଛାଡ଼ି ଥିବା ବେଳେ ପାରାଦୀପରୁ ଅପରାହ୍ନ ୨ଟାରେ କଟକ ଅଭିମୁଖେ ଆଉ ଏକ ଟ୍ରେନ ବାହାରିବ। ଏଥିରେ ମୋଟ ୧୨ଟି ବଗି ରହିବା ସହ ବାଟରେ ମତ୍ତଗଜପୁର, କନ୍ଦରପୁର, ବଡ଼ଖଣ୍ଡେଇତ, ରଘୁନାଥପୁର, ବନବିହାରି ଗ୍ବାଲିପୁର, ଗୋରଖନାଥ, ଝଙ୍କଡ଼ ଶାରଳା ରୋଡ, ନିମକଣ, ରାହାମା, ଗୋପିନାଥ ଜିଉ ବାଣିକୁନ୍ଦ ପିଏଚ୍‌, ବଡ଼ବନ୍ଧ, ବଗଦିଆ ଷ୍ଟପେଜ ଗୁଡ଼ିକରେ ଟ୍ରେନ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.