
ମାଲକାନଗିରି(୨୧।୭) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଏହି ବ୍ରିଜର ସେଣ୍ଟ୍ରିଂ ଛାତ ହଠାତ୍ ଭୁଷୁଡି ପଡିବା ଯୋଗୁଁ ଜଣେ ଯୁବକ ସେହି ସେଣ୍ଟ୍ରିଂ ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ତେବେ ତାଙ୍କୁ ତୁରନ୍ତ ମାଥିଲି ଡାକ୍ତରଖାନା ଓ ପରେ ଜୟପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ସେ ମୃତ୍ୟବରଣ କରିଥିବା ଜଣାପଡିଛି। ଘଟଣା ଅନୁଯାୟୀ ସ୍ଥାନୀୟ ଅଂଚଳର କିଛି ଶ୍ରମିକ ଏହି ରାସ୍ତା କାମରେ ନିୟୋଜିତ ହୋଇଥଲେ। ତେବେ ରାସ୍ତା ମଝିରେ ଥିବା ଏକ ବ୍ରିଜ ନିର୍ମାଣ ହେଉଥିବାରୁ ସେଠାରେ ମଧ୍ୟ କିଛି ଶ୍ରମିକ କାମ କରୁଥିଲେ। ହଠାତ୍ ବ୍ରିଜର ସେଣ୍ଟେରିଂ ଛାତ ଭୁଷୁଡି ପଡିବାରୁ ଦେବ ଶିଶା ନାମକ ଜଣେ ଯୁବକ ମାଟି ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ଦେବର ଘର ମାଡକାପଦର ବୋଲି ଜଣାପଡିଛି। ଦେବ ଗୁରୁତର ହେବାରୁ ତୁରନ୍ତ ମାଥିଲି ମେଡିକାଲ ନେବାକୁ କୁହାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଜୟପୁର କିମ୍ବା କୋରାପୁଟ ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ଜୟପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରୁଥିବା ବେଳେ ସେଠାରେ ଦେବଙ୍କ ମୃତ୍ୟୁ ହୋଯାଇଥିବା ପରିବାର ଲୋକେ କହିଛନ୍ତି। ତେବେ ପରିବାର ଲୋକେ ଏନେଇ ଗୋବିନ୍ଦପାଲ୍ଲୀ ଫାଣ୍ଡିରେ ଏତଲା ଦେଇଥିବା ଜଣାପଡିଛି। ପୁଲିସ ଏତଲାକୁ ଭିତ୍ତି କରି ତଦନ୍ତ କରୁଥିବା ଜଣାପଡିଛି।