ଫୋନ ଯୋଗେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

add-all

ଭୁବନେଶ୍ୱର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ବଡ ବିଜୟ ହାସଲ କରିଛନ୍ତି। ସେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଇତିହାସ ରଚିଛନ୍ତି। ଯଦିବା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିଲା, ହେଲେ ଓଡିଶାର ଶାସକ ଦଳ ବିଜେଡ଼ି ତାଙ୍କୁ ସମର୍ଥନ କରିଥିଲା।

କେବଳ ସେତିକି ନୁହେଁ, ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବିରୋଧୀ ଦଳଙ୍କୁ ମଧ୍ୟ ନିବେଦନ କରିଥିଲା। ଏହି ଆଧାରରେ ଦେଶର ଅନେକ ବିରୋଧୀ ଦଳର ନେତାମାନେ ମଧ୍ୟ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ।

ତେବେ ଓଡିଶାର ଝିଅ ଭାବେ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବ ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି ନବୀନ କହିଛନ୍ତି। ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ।

ad-week
Leave A Reply

Your email address will not be published.