ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ

add-all

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା ।

ଓଡ଼ିଶା ପ୍ରାଶାସନିକ ଅଧିକାରୀ ଥିବା ଗୌର ମୋହନ ଷଡ଼ଙ୍ଗୀ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ ।

ବହୁ ବିଶିଷ୍ଟ ବ୍ୟକ୍ତି ଟାଙ୍ଗୀ ମଦନମୋହନସାହିସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି ।

ଗୌର ମୋହନ ଷଡ଼ଙ୍ଗୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ବଡ଼ ପୁଅ ପ୍ରଫୁଲ୍ଲ କୁମାର ଷଡଙ୍ଗୀ କହିଛନ୍ତି, ବିଜୁ ବାବୁ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିବା ବେଳେ ବାପା ତାଙ୍କ ପାଖରେ ଥିଲେ। ୧୯୯୦ରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ବାପାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରିଥିଲେ।

ad-week
Leave A Reply

Your email address will not be published.