ମ୍ୟାନେଜରଙ୍କୁ ବାନ୍ଧି ବ୍ୟାଙ୍କରୁ ୧୪ ଲକ୍ଷ ଲୁଟି‌ଲେ ଦୁର୍ବୃତ୍ତ

add-all

ବାଲେଶ୍ବର/ଜଳେଶ୍ବର: ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ବ୍ୟାଙ୍କ ଭିତରକୁ ଦୁର୍ବୃତ୍ତମାନେ ପ୍ରବେଶ କରି ଆତତାୟୀ ସୃଷ୍ଟି କରିଛନ୍ତି। ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ବରୁଣଗଡ଼ିଆସ୍ଥିତ ବ୍ୟାଙ୍କ୍‌ ଅଫ୍‌ ବରୋଦାରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ଆଜି ଅପରାହ୍ନ ୨ଟା ବେଳେ ପ୍ରାୟ ୧୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ ଓ ଗୋଟିଏ ବୋଲେରୋରେ ‌ବରୁଣଗଡ଼ିଆ ବ୍ୟାଙ୍କ ଅଫ୍‌ ବରୋଦା ବ୍ରାଞ୍ଚକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ବ୍ୟାଙ୍କ ଭିତରକୁ ପଶିଥିବା ବେଳେ ଅନ୍ୟମାନେ ବ୍ୟାଙ୍କ ବାହାରେ ରହିଥିଲେ। କେହି କିଛି ବୁଝିବା ଆଗରୁ ବ୍ୟାଙ୍କ ଭିତରେ ପଶିଥିବା ଦୁର୍ବୃତ୍ତମାନେ ଗ୍ରାହକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଡରାଇଥିଲେ ଏବଂ ଚୁପ୍‌ଚାପ୍‌ ରହିବାକୁ କହିଥିଲେ। ଏହା ସହିତ ମ୍ୟାନେଜରଙ୍କୁ ବାନ୍ଧି ପକାଇଥିଲେ। ‌ପରେ ସେମାନେ କ୍ୟାସ୍‌ କାଉଣ୍ଟରେ ଥିବା ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ।

ଖବର ପାଇ ବସ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କକୁ ଥିବା ସବୁ ରାସ୍ତା ସିଲ୍‌ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି। ପ୍ରାଥମିକ ଭାବେ ଯାହା କୁହାଯାଉଛି, ଦୁର୍ବୃତ୍ତମାନେ ବ୍ୟାଙ୍କର ପାଖାପାଖି ୧୪ ଲକ୍ଷ ଟଙ୍କା ଏବଂ ଜଣେ ଗ୍ରହକଙ୍କ ୬୦ ହଜାର ଟଙ୍କା ନେଇଯାଇଛନ୍ତି। ତଦନ୍ତ ପରେ ଡକାୟତି ହୋଇଥିବା ଟଙ୍କାର ଠିକ୍‌ ପରିମାଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.