ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ପ୍ରମାଣପତ୍ର

add-all

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ପ୍ରମାଣପତ୍ର। ଭାରତୀୟ ନିର୍ବାଚନ କମିସନ ଦ୍ରୌପଦୀଙ୍କୁ ବିଜୟ ପ୍ରମାଣ ପତ୍ର ଜାରି କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ନିର୍ବାଚନ କମିସନର ଅନୁପ ଚନ୍ଦ୍ର ପାଣ୍ଡେ ମିଳିତ ଭାବେ ବିଜୟ ପ୍ରମାଣ ପତ୍ରରେ ସ୍ୱାକ୍ଷର କରିଛନ୍ତି।

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଘୋଷଣା ପତ୍ର ମିଳିବା ପରେ ବିଜୟୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ ତାରିଖରେ ହୋଇଥିଲା ମତଦାନ। ଗତକାଲି ଭୋଟ ଗଣନା ପରେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ଦ୍ରୌପଦୀ।.

ad-week
Leave A Reply

Your email address will not be published.