ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଗଇରବାହାଲ ପିଏଚ୍‌ସି ଡାକ୍ତର

add-all

ଅଟୋ ଡ୍ରାଇଭରଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରବାହାଲ ପିଏଚ୍‌ସି ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗତ ୧୭ତାରିଖରେ ଯାତ୍ରୀ ନେଇ ଯାଉଥିବା ଏହି ଅଟୋ ଦୁର୍ଘଟଣାର ଶିକାର ହୋଇଥିଲା। ନିଜେ ଆହତ ହୋଇଥିବା ଅଟୋ ଡ୍ରାଇଭର ଯାତ୍ରୀଙ୍କୁ ନେଇ ଗଇରବାହାଲ ପିଏଚସିରେ ପହଁଞ୍ଚିଥିଲେ।

ପୋଲିସକୁ ଜଣାଇ ଦେବେ ଓ ଡ୍ରାଇଭରର ଲାଇସେନ୍ସ ବାତିଲ ହେବ କହି ଧମକାଇଥିଲେ ଡାକ୍ତର । ଏଥିପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ଦିନ ୮ହଜାର ଟଙ୍କା ଦେଇଥିଲେ ଡ୍ରାଇଭର । ଆଜି ଆଉ ୪ ହଜାର ଟଙ୍କା ଦେବାବେଳେ ମାଡି ବସିଥିଲା ଭିଜିଲାନ୍ସ । ରାଉରକେଲା ଭିଜିଲାନ୍ସରେ ଏ ନେଇ ମାମଲା ରୁଜ୍ଜୁ ହୋଇଛି।

ad-week
Leave A Reply

Your email address will not be published.