ଦ୍ରୌପଦୀ ମୁର୍ମୁଙ୍କୁ ‌ଭେଟିଲେ ଓଡ଼ିଶାରୁ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷ

add-all

ନୂଆଦିଲ୍ଲୀ/ଭୁବନେଶ୍ବର: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ସାକ୍ଷାତ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ, ସାନ୍ତାଳୀ ଲେଖିକା ଦମୟନ୍ତୀ ବେଶ୍ରା, ଲୋକକବି ହଳଧର ନାଗ୍ ଓ ସମାଜସେବୀ ଦୈତାରୀ ନାଏକ ଆଜି ଶ୍ରୀମତୀ ମୁର୍ମୁଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟି ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଫଟୋ ସେୟାର କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ଗର୍ବ ଓ ଗୌରବ ସମସ୍ତେ ଗୋଟିଏ ଫ୍ରେମରେ ଅଛନ୍ତି ।

ad-week
Leave A Reply

Your email address will not be published.