କାଶୀପୁରରେ ଆଉ ଜଣେ ଝାଡାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ, ୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

add-all

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଆଜି ଭୋରରୁ ଆଉ ଜଣେ ଝାଡାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ (୫୦)। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯ ହୋଇଛି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଖବର ଅନୁଯାୟୀ, ଗତ କିଛି ଦିନ ହେବ ଅର୍ଜୁନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମେଡିକାଲ ଚିକିତ୍ସା ପରେ ସେ ଘରକୁ ଶୁକ୍ରବାର ଫେରିଥିଲେ। ତେବେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି। ଏଥିସହ ଡେଙ୍ଗାଗୁଡା ଗ୍ରାମରେ ଆହୁରି ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ଝାଡାବାନ୍ତି ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ଦୁଇ ମନ୍ତ୍ରୀ ଆଜି ପ୍ରଭାବିତ ଗ୍ରାମ ପରିଦର୍ଶନ କରିବେ।

ad-week
Leave A Reply

Your email address will not be published.