ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି

add-all

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରି ୨୦ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା ।

ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ରୁ ଅଧିକ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ନିଯୁକ୍ତି ସ୍କାମ ଅଭିଯୋଗରେ ଏକ ଟିମ୍ ପାର୍ଥଙ୍କ ଘରେ ପହଞ୍ଚିଥିଲା।

ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ଶିକ୍ଷା ସେବା ଆୟୋଗ ଓ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଶିକ୍ଷାମନ୍ତ୍ରୀ ପରେଶ ଅଧିକାରୀ ପ୍ରମୁଖଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଇଡି । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ରହିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏତେ ପରିମାଣର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଇଡି ଅଧିକାରୀ । ସର୍ଚ ଟିମ୍ ସହ ବ୍ୟାଙ୍କ ଅଧିକାରୀ ରହିଥିବା ବେଳେ କାଉଂଟିଂ ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଇଥିଲା । ଘରେ କାହିଁକି ଏତେ ଟଙ୍କା ରଖା ଯାଇଥିଲା, ଏ ନେଇ ସନ୍ତୋଷଜନକ ଉତର ମିଳିନଥିବା ଇଡି ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.