ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ

add-all

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନ ଥିବା ବେଳେ ହଠାତ ପହଁଚିଯାଇଥିଲେ ପତ୍ନୀ ।

ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ପ୍ରକୃତିଙ୍କୁ ଗାଳି ଗୁଲଜ କରି କିଛି ବାଟ ତାଙ୍କୁ ଗୋଡ଼ାଇ ଯାଇଥଲେ ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣା ଆଜି ସକାଳେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘଟିଥିବା କୁହାଯାଉଛି । ସେଠାରେ ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଘଟଣାକୁ ମୋବାଇଲରେ ସୁଟିଂ କରି ଭାଇରାଲ କରି ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି, ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଚାରି ଚକିଆ ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ବାବୁସାନଙ୍କ ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଉଛି ।

ad-week
Leave A Reply

Your email address will not be published.