ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

add-all

ନିଆଳି: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଛକରେ ଥିବା ଏକ ପରିତ୍ୟକ୍ତ ଘର ସମ୍ମୁଖରୁ ଜଣେ ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବେନ୍ଦ୍ର ବେହେରା।

ଦେବେନ୍ଦ୍ର ଗତକାଲି କାମକୁ ଯାଇଥିଲେ। ରାତିରେ ହେବାରୁ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜ ଖୋଜି କରିଥିଲେ। ଏହାସହ ସାଙ୍ଗ ସାଥୀଙ୍କୁ ପଚରାଉଚରା କରିଥିଲେ। ହେଲେ କାହା ପାଖରୁ କିଛି ଖବର ପାଇ ନଥିଲେ।

ଆଜି ସକାଳେ ନୂଆଗାଁରେ ଛକ ନିକଟରୁ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ଗୋବିନ୍ଦପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦେବେନ୍ଦ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.