ମୋ ବୋହୂ ବହୁତ ଭଲ, ବାବୁସାନକୁ ବହୁତ ଭଲପାଏ – ଉତ୍ତମ ମହାନ୍ତି

add-all

ଭୁବନେଶ୍ବର: ଆଜି ସକାଳୁ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଷ୍ଟାର ପରିବାରର କଳହ ଥାନାରେ ପହଞ୍ଚିଛି। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ର ଖାରବେଳ ନଗର ଥାନାରେ ସିନେ-ଷ୍ଟାର ବାବୁସାନଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଅଭିନେତା ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଓ ମା’ ଅପରାଜିତା ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ପରେ ବାବୁସାନ୍‌ଙ୍କ ବାପା ଉତ୍ତମ ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି କହିଛନ୍ତି ଯେ, ମୋ ବୋହୂ ତୃପ୍ତି ବହୁତ ଭଲ। ସେ ତା’ ସ୍ବାମୀ ବାବୁସାନ୍‌ଙ୍କୁ ବହୁତ ଭଲ ପାଏ ଓ ଯତ୍ନ କରେ। ପ୍ରକୃତି ସହ ବାବୁସାନ୍‌ଙ୍କ ସଂପର୍କ ନେଇ, ତୃପ୍ତି ପାଖରେ ପ୍ରମାଣ ଥାଇପାରେ, ଯେଉଁଥି ପାଇଁ ଆଜିର ଅଭାବନୀୟ ଘଟଣା ଘଟିଛି। ମୋ ବୋହୂ ଚଳଚ୍ଚିତ୍ରରେ ରୋମାଣ୍ଟିକ୍‌ ଦୃଶ୍ୟକୁ ଆଦୌ ଭଲ ପାଏନାହିଁ। ଚଳଚ୍ଚିତ୍ରରେ ରୋମାଣ୍ଟିକ୍‌ ଦୃଶ୍ୟ ନେଇ ବାବୁସାନଙ୍କୁ ତୃପ୍ତି ଅନେକ ଥର ବୁଝାଇବାକୁ ମଧ୍ୟ ଚେଷ୍ଟା କରଛି। କିନ୍ତୁ ବାବୁସାନ୍‌ ଶୁଣି ନାହାନ୍ତି।
ଉତ୍ତମ ମହାନ୍ତି ଦୁଃଖ ପ୍ରକାଶ କହି କହିଛନ୍ତି ଯେ, ଆପଣା ସୁନା ତ ଭେଣ୍ଡି, କାହାକୁ କିଛି କହିକି ଲାଭ ବା କ’ଣ ଅଛି। ପ୍ରକୃତି ସହିତ ସଂପର୍କ ନ ରଖିବା ପାଇଁ ବାବୁସାନଙ୍କୁ ମୁଁ ଅନେକ ଥର କହିଛି। କିନ୍ତୁ ବାବୁ ମୋତେ କହିଥିଲା ଯେ, ‌ପ୍ରକୃତି ମୁମ୍ବାଇ ଚାଲିଯିବ ଓ ମୁଁ ଓଡ଼ିଶାରେ କାମ କରିବି।

ad-week
Leave A Reply

Your email address will not be published.