ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କୁ ଜାଳିଦେଇ ବିଷ ପିଇଲେ ବିବାହିତ ଯୁବକ

add-all

ସୋର: ପ୍ରେମ କଲା ବାଟବଣା। ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାଙ୍କୁ ଜୀଅନ୍ତା ଜାଳି ହତ୍ୟା କରିଛି ଜଣେ ବିବାହିତ ଯୁବକ। ନବମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ପେନସିଲ କିଣିବାକୁ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ ଭିଆଇଛି। ନାବାଳିକାଙ୍କୁ ଏକ ପାଇଖାନା ଭିତରକୁ ଟାଣିନେଇ ଜୀଅନ୍ତା ଜାଳିଦେଇଛି ଅଭିଯୁକ୍ତ।

ପରେ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ବିଷ ପିଇଦେଇଛନ୍ତି। ଅଭିଯୁକ୍ତ ଯୁବକ ବାରିଙ୍ଗିଆ ଗ୍ରାମର ଦୟାନିଧି ଜେନାଙ୍କୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ହତ୍ୟାର ଶିକାର ନାବାଳିକା ଏହି ଗ୍ରାମର ନବମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷିୟ ଜ୍ୟୋତ୍ସ୍ନାରାଣୀ ଜେନା।

ନାବାଳିକାଙ୍କ ମା’ କହିଛନ୍ତି, ତାଙ୍କ ଝିଅ କିଛି ଦିନ ହେବ ଯୁବକଙ୍କ ଘରେ ଟ୍ୟୁସନ ହେଉଥିଲା l ଅଭିଯୁକ୍ତଙ୍କ ପତ୍ନୀ ନାବାଳିକାଙ୍କୁ ଟ୍ୟୁସନ କରୁଥିଲେ। ଯୁବକଙ୍କ କାରନାମା ଜଣାପଡ଼ିବା ପରେ ନାବାଳିକାଙ୍କ ଟ୍ୟୁସନ ତାଙ୍କ ପରିବାର ଲୋକେ ବନ୍ଦ କରିଦେଇଥିଲେ l ଆଜି ଏହି ନାବାଳିକା ଜଣକ ଗୋଟିଏ ଦୋକାନକୁ ରଙ୍ଗ ପେନସିଲ କିଣିବାକୁ ଯାଉଥିଲା। ବାଟରେ ପୂର୍ବ ପ୍ରସ୍ତୁତି ମୁତାବକ ଯୁବକ ଜଣକ ତାଙ୍କ ଘର ପଛ ପାଇଖାନା ଭିତରକୁ ଝିଅ ମୁହଁରେ କନା ବିଣ୍ଡା ଦେଇ ଘୋଷାରି ନେଇଯାଇଥିଲା l ସେଠାରେ ନାବାଳିକାଙ୍କୁ ମାଡ଼ ମାରିବା ସହ ରଖିଥିବା କିରୋସିନୀ ନାବାଳିକାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା।

ଅଭିଯୁକ୍ତଙ୍କ ପତ୍ନୀ ନାବାଳିକାର ଚିତ୍କାର ଶୁଣି ଆସି ପାଇଖାନା ଖୋଲିଥିଲେ। ହେଲେ ସେତେବେଳକୁ ନାବାଳିକା ଜୀବନ୍ତ ଦଗ୍ଧ ହୋଇଚାଲିଥିଲେ। ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋଳାହଳ ଶୁଣି ଗାଁ ଲୋକେ ପହଞ୍ଚି ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ଘଟଣା ଘଟାଇବା ପରେ ବିଷ ପିଇଦେଇଥିଲେ ଅଭିଯୁକ୍ତ। ତାଙ୍କୁ ଖଇରା ଡାକ୍ତରଖାନା ନେଇଥିଲା ପୁଲିସ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଭିଯୁକ୍ତଙ୍କୁ ଫାସୀ ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ ବୋଲି ତାଙ୍କ ପତ୍ନୀ ଓ ନାବାଳିକାଙ୍କ ମା’ କହିଛନ୍ତି।

ନାବାଳିକାଙ୍କ ଶବ ଜବତ କରି ଖଇରା ଥାନା ପୁଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରିଛି। ନାବାଳିକାଙ୍କ ମୃତଦେହ ନିକଟରୁ କିଛି ଚୁଟି, ବୋତଲ ଓ ଲାଇଟର ପଡିଥିବା ଦେଖିବାକୁ ମିଳିଥିଲା। ଯାହାକୁ ପୁଲିସ ଜବତ କରିଛି।

ad-week
Leave A Reply

Your email address will not be published.