
ଭଞ୍ଜନଗର : ପୋଖରୀରେ ବୁଡି ଯୁବ ମିସ୍ତ୍ରୀର ମୃତ୍ୟୁ | ଏମିତିଏକ ଦୁଖିତ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଦୋମୁହାଁଣି ଗ୍ରାମରେ | । ମୃତ ବ୍ୟକ୍ତି ହେଲେ ଦୋମୁହାଁଣି ଗ୍ରାମ ର ବାବୁଲା ବେହେରା।ଖବର ନେବାରେ ବାବୁଲା ଜଣେ ନୂତନ ଘର ତିଆରି ମିସ୍ତ୍ରୀ ଭାବେ ସେହି ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ପରିଚିତ । ରବିବାର ଅପରାହ୍ନରେ ଘର କାମ ସାରି ଗାଧେଇବାକୁ ଗ୍ରାମ ନିକଟ ପୋଖରୀକୁ ଯାଇ ଗାଧୋଉ ଥିବା ସମୟରେ ଅସାବନତା ଯୋଗୁଁ ଗୋଡଟି ଖସିଯିବାରୁ ପାଣି ଭିତରେ ପଡିଯିବା ଫଳରେ ବାବୁଲା ବାହାରକୁ ବାହାରି ପାରିନଥିଲା । ବାବୁଲା ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ବାବୁଲାକୁ ନ ପାଇବାରୁ ଶେଷରେ ଗ୍ରାମ ନିକଟରେ ଥିବା ପୋଖରୀରିରେ ଗାଧେଉଥିବାର କୌଣସି ସୁତ୍ରରୁ ଖବର ପାଇ ଗ୍ରାମର କିଛି ଯୁବକ ଓପରିବାର ଲୋକେ ମିଶି ପାଣିରେ ପଶି ଖୋଜାଖୋଜି କରିଥିବା ବେଳେ ବାବୁଲା କୈଣସି ସଦ୍ଧାନ ମିଳିନଥିଲା ଶେଷ ଭଞ୍ଜନଗର ଦମକଳ ବାହିନୀ କୁ ଖବର ଦେବା ପରେ ଘଟଣା ସ୍ଥଳ ରେ ଦମକଳ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ବାବୁଲା ମୃତଦେହ ଦମକଳ କର୍ମଚାରୀମାନେ ଉଦ୍ଧାର କରିଥିଲେ ।ଏହି ଖବର ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ଖବର ପାଇ ଘଟଣାସ୍ଥଳରେ ପହଞ୍ଜି ବାବୁଲା ମୃତଦେହକୁ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ଘଟଣାକୁ ନେଇ ତାରସିଂ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି ।ବାବୁଲାର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଛି ।