ନାବାଳିକା ମୃତ୍ୟୁକୁ ନେଇ ସନ୍ଦେହ : ମଶାଣୀରୁ ମୃତଦେହ ଜବତ, ବାପା ଅଟକ

add-all

ଢେଙ୍କାନାଳ, ୨୪।୭ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମରେ ଜଣେ ନାବଳିକାର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ନାବଳିକାର ମୃତ ଦେହକୁ ପରିବାର ପକ୍ଷରୁ ପୋଡି ଦେବାକୁ ନେଇଥିବା ବେଳେ ଖବର ପାଇ ଗାଁ ମଶାଣୀରୁ ପୁଲିସ ମୃତଦେହକୁ ଜବତ କରିଛି । ମୃତଦେହକୁ ପୁଲିସ ବ୍ୟବଛେଦ ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାକୁ ପଠାଇଛି ।

ତେବେ ଏହି ଘଟଣାରେ ନାବାଳିକାର ବାପାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମୃତ ନାବଳିକା ସିମିନଇ କୁମ୍ଭାର ସାହିର ପ୍ରତାପ ସାହୁଙ୍କ ଝିଅ ଶ୍ରୀୟାଶ୍ରଧା ସାହୁ ।

ସିମିନଇ କୁମ୍ଭାର ସାହିର ପ୍ରତାପ ସାହୁଙ୍କ ପତ୍ନୀଙ୍କର କିଛି ମାସ ତଳେ ମୃତ୍ୟୁ ଘଟିଥିଲା। ଘରେ ପ୍ରତାପ ସାହୁଙ୍କର ଗୋଟିଏ ପୁଅ ଓ ଝିଅ ଶ୍ରୀୟାଶ୍ରଧା ରହିଥିଲେ। ଶ୍ରୀୟାଶ୍ରଧା ୪ର୍ଥ ଶ୍ରେଣୀରେ ପାଠ ପଢନ୍ତି। ଦୁଇ ଭାଇ ଭଉଣୀ ମଧ୍ୟରେ ମୋବାଇଲକୁ ନେଇ ଝଗଡା ହେବାରୁ ଝିଅ ବେକରେ ଲୁଙ୍ଗି ଲଗାଇ ଆତ୍ମହତ୍ୟା କରିଥିବା ପ୍ରତାପ କହିଛନ୍ତି ।ସେପଟେ ମୃତ ନାବଳିକାର ଆଜା ଘର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତୁଣୀକୁ ମାରିଦେଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି । ତେବେ ମୃତ୍ୟୁର ସଠିକ କାରଣ କଣ ତାହାକୁ ନେଇ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.