ଦ୍ରୌପଦୀମୁର୍ମୁଙ୍କ ରାଷ୍ଟ୍ରପତି ହେବା ଖୁସିରେ ସାନ୍ତାଳୀ ସମାଜ ପକ୍ଷରୁ ବିଜୟ ଉତ୍ସବ ପାଳିତ

add-all

ମାଲକାନଗିରି (୨୪।୭) : ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍‌.ଭି. ୨ ଗ୍ରାମରେ ସାନ୍ତାଳୀ ସମାଜ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଥିବାରୁ ବିଜୟ ଉତ୍ସବ ପାଳନ କରିଛି ସାନ୍ତାଳୀ ସମାଜ । ଏଥିପୂର୍ବେ ମଧ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀ ନିମନ୍ତେ ଚୟନ ହୋଇଥିବା ସମୟରେ ଏହି ସାନ୍ତାଳୀ ମାନେ ତାଙ୍କ ରାଷ୍ଟ୍ରପତି ପଦବୀରେ ବିଜୟ ଲାଭ କରିବା ନିମନ୍ତେ ପାରମ୍ପରିକ ଦେବାଦେବୀଙ୍କୁ ପୁଜାର୍ଚନା କରିଥିଲେ ତେବେ ବର୍ତ୍ତମାନ ସେ ରାଷ୍ଟ୍ରପତି ହୋଇଥିବାରୁ ସାନ୍ତାଳୀ ସମାଜ ମହଲରେ ଆନନ୍ଦ ଓ ଉଲ୍ଲାସର ମହଲ ଖେଳି ଯାଇଛିା ଏହି ଉପଲକ୍ଷେ ସାନ୍ତାଳୀ ସମାଜ ପକ୍ଷରୁ ଆଜି ବିଜୟୀ ଉତ୍ସବ ପାଳନ କରିବା ସହ ବୈଠକ ଅନୁଷ୍ଠିତ କରିଥିଲେ । ଏଥିରେ ଶହ ଶହ ସଂଖ୍ୟକ ସାନ୍ତାଳୀ ଯୋଗ ଦାନ କରିଥିବା ବେଳେ ବିଭିନ୍ନ ନାଚଗୀତ, ପାରମ୍ପରିକ ନୃତ୍ୟ କରିବା ସହ ମିଷ୍ଠାନ୍ନ ବଣ୍ଟନ କରିଥିଲୋ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟୀର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇ ସାନ୍ତାଳୀ ସମାଜକୁ ସହ ଯୋଗ କରିଥିଲେ ।

ad-week
Leave A Reply

Your email address will not be published.