ଗୁଜରାଟରେ ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ, ଏକାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି

add-all

ଅହମଦାବାଦ: ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ଯେ ବିଷାକ୍ତ ମଦ ସେବନ ହେତୁ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ନିଶ୍ଚିତ କରିଛି। ଏବେ ଏକାଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।
ବର୍ତ୍ତମାନ ଏହି ବିଷାକ୍ତ ମଦ କେଉଁଠୁ ଆସିଲା, କିଏ ଏହାକୁ ଆଣି ଲୋକଙ୍କୁ ଦେଇଥିଲା, ଏପର୍ଯ୍ୟନ୍ତ ପୁଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ। ବଡ ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ, ଗୁଜରାଟରେ ବହୁ ବର୍ଷ ଧରି ମଦ ଉପରେ ନିଷେଧାଦେଶ ଜାରି ରହିଛି। ଏଭଳି ସ୍ଥିତିରେ ଲୋକମାନେ କେଉଁଠାରୁ ମଦ ଆଣି ପିଇଲେ ସେନେଇ ଯାଞ୍ଚ କରୁଛି ପୁଲିସ। ବର୍ତ୍ତମାନ ପୁଲିସ ଏହି ଘଟଣାକୁ ନେଇ କୌଣସି ବିବୃତି ଦେଇନଥିଲେ ବି ୪ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ପୁଲିସର ସୂଚନାନୁସାରେ, ତଦନ୍ତ ପରେ ଏକ ସରକାରୀ ବିବୃତି ଜାରି କରାଯାଇ ସବିଶେଷ ତଥ୍ୟ ଦିଆଯିବ। ତେବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୀଡ଼ିତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.