ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ବାନ୍ଧିଲା EOW, ୬ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

add-all

ଭୁବନେଶ୍ଵର: ଠକେଇ ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ। ଦିଲ୍ଲୀ ଉତ୍ତମ ନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ଗିରଫ କଲା EOW। ୬ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି। ନୀରଜଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇ SDJMଙ୍କ କୋର୍ଟରେ ହାଜର କରାଯିବ।

ସୂଚନାନୁଯାୟୀ, ନୀରଜ କୁମାର ୨୦୧୩-୨୦୧୬ ପର୍ଯ୍ୟନ୍ତ ବାପୁଜୀ ନଗର PNBରେ ବ୍ୟାଙ୍କ୍ ମ୍ୟାନେଜର ଭାବେ କାମ କରୁଥିଲେ। ୨୦୧୬ରେ ସେ ପିଏନବି ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ ବି ବ୍ୟାଙ୍କକୁ ଆସୁଥିଲେ। ଏହି ସମୟରେ କିଛି ବ୍ୟାଙ୍କ ଅଧିକାରୀଙ୍କ ସହଯୋଗରେ ଜାଲ୍ ଡକ୍ୟୁମେଣ୍ଟ ନେଇ ଲୋନ୍ କରାଇ ଦେଉଥିଲେ।

ପୂର୍ବରୁ ଏହି କେସ୍‌ରେ କେପି ସଲ୍ୟୁସନର ମୁଖ୍ୟ କାଳୀ ପ୍ରସାଦ ମିଶ୍ର, ବାପୁଜୀ ନଗର ପିଏନବି ବ୍ୟାଙ୍କ ପୂର୍ବତନ ସିନିୟର ମ୍ୟାନେଜର କ୍ରେଡିଟ୍ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି, ପିଏନବି ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ବୀରେନ୍ଦ୍ର କୁମାର ପଟ୍ଟନାୟକ, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନରେନ୍ଦ୍ର ନାୟକ, ୟୁବିକ୍ୟୁ ମଲ୍ଟିଟେକ୍ ପ୍ରାଇଭେଟ୍ ଲିମିଟେଡର ଏମ୍‌ଡି ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.