ବେଆଇନ୍‌ ଖାଦାନ ଚାଲିଥିବାର ଦୃଶ୍ୟ ଉ‌ତ୍ତୋଳନ ବିରୋଧରେ ଆରଆଇଙ୍କୁ ଆକ୍ରମଣ

add-all

ନୀଳଗିରି/ବାଲେଶ୍ବର: ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ। ପଥର ଖଣିକୁ ତଦନ୍ତ ପାଇଁ ଯାଇଥିବା ବେଳେ ଆରଆଇଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରେ ବେଆଇନ୍‌ ପଥର ଖାଦାନ ଚାଲିଥିବା ଅଭିଯୋଗ ପାଇ ଆଜି ଦ୍ବି-ପ୍ରହର ସମୟରେ ସଜନାଗଡ଼ ଆରଆଇ କେ ସନ୍ତୋଷ କୁମାର ଘଟଣାସ୍ଥଳକୁ ଯାଇଥିଲେ।

ସେଠାରେ ପହଞ୍ଚି ନିଜ ମୋବାଇଲରେ ବେଆଇନ୍‌ ଖାଦାନ ଚାଲିଥିବାର ଦୃଶ୍ୟ ଉ‌ତ୍ତୋଳନ କଲାବେଳେ ତାଙ୍କୁ ତାଙ୍କୁ ପଥର ଖାଦା‌ନରେ ନିୟୋଜିତ ଥିବା ଶ୍ରମିକ ଓ ସ୍ଥାନୀୟ କିଛି ଲୋକ ଆକ୍ରମଣ କରିଥିଲେ। ଆରଆଇଙ୍କୁ ଧକ୍କା ମାରିବା ସହ ତାଙ୍କ ସାର୍ଟ ଚିରି ମାଡ଼ କରାଯାଇଥିବା ସୂଚନା ମିଳିଛି। ସେଠାରୁ ଫେରିବା ପରେ ଏ ସମ୍ପର୍କରେ ନୀଳଗିରି ତହସିଲଦାର ଅଶେଷ ନାୟକଙ୍କୁ ସେ ଭେଟି ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।

ad-week
Leave A Reply

Your email address will not be published.