ଇଡ଼ି ଜେରାକୁ ପ୍ରତିବାଦ କରି କଂଗ୍ରେସର ସତ୍ୟାଗ୍ରହ: ପୁଲିସ୍ ସହ ଖଣ୍ଡଯୁଦ୍ଧ

add-all

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଇଡ଼ି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ହାଜର ହେବାକୁ ନୋଟିସ୍ କରିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଲାଗିଥିବା ଅସନ୍ତୋଷର ନିଆଁକୁ ତେଜିବାରେ ଲାଗିଛି। ଇଡ଼ିର ଏଭଳି କାର୍ଯ୍ୟକୁ ବିରୋଧ କରି ଆଜି ପୁଣି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇଡ଼ିକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। କଂଗ୍ରସ ପକ୍ଷରୁ ଚାଲିଥିବା ‘ସତ୍ୟାଗ୍ରହ’ ବୁଧବାର ଦଳୀୟ ସାଂସଦମାନଙ୍କ ନେତୃତ୍ୱରେ ସଂସଦ ଭବନରୁ ଆଗକୁ ବଢ଼ିଥିଲା। ଯାହାକୁ ବିଜୟ ଚୌକ ଠାରେ ପୁଲିସ ଅଟକାଇଥିଲା। ଯାହା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ପୁଲିସ ଭିତରେ ମୁହାଁମୁହିଁ ହୋଇଥିଲା। ଏଠାରେ ଏକ ପ୍ରକାର ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅନେକ କଂଗ୍ରେସ କର୍ମୀ ରକ୍ତାକ୍ତ ହୋଇଛନ୍ତି।
ଇଡ଼ିର କାର୍ଯ୍ୟକୁ ବିରୋଧ କରି ରାଲି କରୁଥିବା ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଥିଲା।
କଂଗ୍ରସ ସାଂସଦ ମାଣିକମ୍ ଟାଗୋର ଏକ ଟ୍ୱିଟ କରି ଲେଖିଛନ୍ତି, ପ୍ରାୟ ୬୫ ଜଣ ସାଂସଦଙ୍କୁ ଅଜଣାସ୍ଥାନକୁ ନେଇ ଅଟକ ରଖାଯାଇଛି। ସେମାନେ ବିଜୟ ଚୌକରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ପୁଲିସ ଏହି କାର୍ଯ୍ୟ କରିଛି ବୋଲି ସେ ଲେଖିଛନ୍ତି। ସେହିପରି ରାଜସ୍ଥାନ କଂଗ୍ରସ ବିଧାୟକ ସଚିନ ପାଇଲଟ ମଧ୍ୟ ପ୍ରତିବାଦ ରାଲି କରି ଅଟକ ରହିଛନ୍ତି। ଏଭଳି କରି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦଳର ବହୁ କ୍ୟାଡର ପୁଲିସ ସହ ମୁହାଁମୁହିଁ ହେବା ବେଳେ ଆହତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ପ୍ରତିବାଦ ରାଲି ବେଳେ ଜାତୀୟ ଛାତ୍ର କଂଗ୍ରେସର ସଭାପତି ନିରଜ କୁନ୍ଦନଙ୍କ ସମେତ ବହୁ ଛାତ୍ର ନେତା ଓ କର୍ମୀ ପୁଲିସ ମାଡ଼ରେ ରକ୍ତାକ୍ତ ହୋଇଛନ୍ତି।

ad-week
Leave A Reply

Your email address will not be published.