୩୮ଜଣ ବିଧାୟକ ବିଜେପି ସହ ଥିବା ଦାବି ପରେ ମିଥୁନଙ୍କୁ ମାନସିକ ରୋଗୀ କହିଲେ ଟିଏମସି ସାଂସଦ

add-all

କୋଲକାତା: ମମତା ବାନାର୍ଜୀଙ୍କ ଟିଏମସି ଦଳର ୩୮ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି ବୋଲି କହିଥିଲେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ। ତାଙ୍କର ଏଭଳି ଦାବି ପରେ ‌ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସାଂସଦ ସାନ୍ତନୁ ସେନ।
ମୁଁ ଶୁଣିଥିଲେ ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଁ ଭାବୁଛି ତାଙ୍କୁ ଶାରୀରିକ ନୁହେଁ ମାନସିକ ରୋଗ ହୋଇଛି। ସେ ଯାହା କହିବାକୁ ଚେଷ୍ଟା କରିଛନ୍ତି ତାହା ପଶ୍ଚିମବଙ୍ଗରେ କେହି ବିଶ୍ୱାସ କରିବେ ନାହିଁ ବୋଲି ଟିଏମସି ସାଂସଦ ସାନ୍ତନୁ ସେନ କହିଛନ୍ତି।
ବୁଧବାର ସାମ୍ବାଦିକ ସମ୍ମିଳନୀ କରି ମିଥୁନ ଚକ୍ରବର୍ତ୍ତୀ କହିଥିଲେ ଯେ, ମମତା ବାନାର୍ଜୀଙ୍କ ଟିଏମସି ଦଳର ୩୮ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି। ବିଜେପିର ମୁସଲମାନ ବିରୋଧୀ ଭାବମୂର୍ତ୍ତି ଉପରେ ପଚରାଯିବାରୁ ମିଥୁନ କହିଥିଲେ ଯେ ବିଜେପି ଦେଶରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ମୁଁ ସ୍ପଷ୍ଟ ଭାବେ କହୁଛି ଯେ ଏହା କେବଳ ବିରୋଧୀଙ୍କ ଷଡଯନ୍ତ୍ରର ଏକ ଅଂଶ। ବିଜେପି ମୁସଲମାନମାନଙ୍କ ବିରୋଧୀ ବୋଲି କୁହାଯାଉଛି। ଯଦି ଏହା ସତ, ତେବେ ମୁସଲମାନ ହୋଇ ବି ସଲମାନ ଖାନ, ଶାହାରୁଖ ଖାନ ଏବଂ ଆମୀର ଖାନ ଭାରତର ତିନି ଜଣ ସୁପରଷ୍ଟାର ହେଲେ କେମିତି? ଦେଶର ୧୮ଟି ରାଜ୍ୟରେ ବିଜେପିର ସରକାର ରହିଛି। ଯଦି ବିଜେପି ମୁସଲମାନମାନଙ୍କୁ ଘୃଣା କରିଥାନ୍ତା ବା ହିନ୍ଦୁମାନେ ମୁସଲମାନମାନଙ୍କୁ ଘୃଣା କରିଥାନ୍ତେ ତେବେ ଏହି ୧୮ଟି ରାଜ୍ୟରେ ଏହି ୩ ସୁପରଷ୍ଟାରଙ୍କ ଫିଲ୍ମ ଭଲ ଆୟ କେମିତି କରିଥାନ୍ତା? ମୁଁ ଯେଉଁଠାରେ ଅଛି ସେଠାରେ ଏଥିପାଇଁ ପହଞ୍ଚିଛି କାରଣ ହିନ୍ଦୁ, ମୁସଲମାନ, ଶିଖ ସମସ୍ତେ ମୋତେ ଭଲ ପାଆନ୍ତି।

ad-week
Leave A Reply

Your email address will not be published.