କୂଳ ଲଙ୍ଘିଲା ସମୁଦ୍ର, ଜୁଆର ମାଡ଼ି ଆସି ଧୋଇଗଲା ୬ଟି ଘର

add-all

ଗଞ୍ଜାମ: କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ପୋଡମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘି ବ୍ୟାପକ କ୍ଷୟକ୍ଷତି। ଜୁଆର ମାଡ଼ି ଆସି ୬ଟି ଘର ଧୋଇ ନେଇଛି। ପୂର୍ବରୁ ମଧ୍ୟ ଜୁଆର ମାଡ଼ି ଆସି ଘର ଭାଙ୍ଗିବା ସହ ଡଙ୍ଗା, ମାଛ ଜାଲ ଆଦି ଭସାଇ ନେଇ ବ୍ୟାପକ କ୍ଷୟକ୍ଷତି ଘଟିଛି।

ରାମେୟାପାଟଣା ସହ ପୋଡମପେଟାରେ ଏପରି ସ୍ଥିତି ବାରମ୍ବାର ଉପୁଜିଥିବାରୁ ପ୍ରଶାସନ ସେଠାରୁ ଲୋକଙ୍କୁ ସ୍ଥାନାନ୍ତରିତ କରି ଛାତ ଘର ଯୋଗାଇ ଦେଇଛି। ଅନେକ ମତ୍ସ୍ୟଜୀବୀ ସେଠାରେ ଘର କରି ରହିଥିବାରୁ ସେ ସବୁ ସମୁଦ୍ରରେ ମିଶିଯିବାର ଆଶଙ୍କା ଉପୁଜିଛି।

ad-week
Leave A Reply

Your email address will not be published.