ବିଜେପି ମଣ୍ଡଳ ପକ୍ଷରୁ ସ୍ବାଧୀନତାର ୭୫ବର୍ଷ ପାଳନ ନେଇଁ ପ୍ରସ୍ତୁତି ବୈଠକ

add-all

ଦାରିଙ୍ଗବାଡ଼ି(୩୧/୭) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପାଳନ ନେଇଁ ପ୍ରସ୍ତୁତି ବୈଠକ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ବ୍ରାହ୍ମଣୀଗାଁ ମଣ୍ଡଳ ଅଧିନସ୍ତ ପ୍ରତେକ ଗ୍ରାମ ପଂଚାୟତର କର୍ମକର୍ତ୍ତା ଯୋଗ ଦେଇଥିବା ଜଣାପଡିଛି। ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ର ଓ ସମ୍ପାଦକଙ୍କ ଗଣେଷ ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ଜିଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ, ଜିଲା ଏସଟି ମୋର୍ଚ୍ଚା ଉପ ସଭାପତି ଜୟଚନ୍ଦ୍ର ପଡ୍ରା, ମଣ୍ଡଳ ପ୍ରଭାରୀ ମହେଶ୍ୱର ସାହୁ, ଜିଲା ଓବିସି ମୋର୍ଚ୍ଚା ଉପ ସଭାପତି ଚିତ୍ରସେନ ପାତ୍ର, ମଣ୍ଡଳ ଟ୍ରେଜେରର ଶ୍ୟାମ ମହାଙ୍କୁଡ, ମଣ୍ଡଳ ଉପ ସଭାପତି ଶଙ୍କର ବେହେରଦଳେଇ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କପିଳେଶ୍ୱର ପାତ୍ର, ମଣ୍ଡଳ କାର୍ଯ୍ୟକାର୍ତ୍ତ ସଂଗ୍ରାମ ବେହେରଦଳାଇ, ଗଣେଷ ପାଇକ, ଫିଲି ବେହେରାପାତ୍ର, ପ୍ରଶାନ୍ତ ରଣଜିତ, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲିକ, ହାତିମୁଣ୍ଡା ପଞ୍ଚାୟତ ନାଏବ ସରପଞ୍ଚ ମାଗୁଣି ପୂଜାରୀ, ହାତିମୁଣ୍ଡା ସମିତି ସଭ୍ୟା ସିବାନୀ ବିନ୍ଧାଣି, ରମେଶ ବେହେରଦଳାଇ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀଙ୍କ ଦେଇଥିବା ଡାକରା ଯାହାକି ସ୍ୱାଧୀନତାର ୭୫ ବର୍ଷ ପାଳନରେ ପ୍ରତେକ ପରିବାରରେ ତ୍ରିରଙ୍ଗା ପତାକା ଉଡିବା ନେଇ ଓ ପ୍ରତେକ ବୁଥ ମଜବୁଥ କରିବା ନେଇଁ ପ୍ରସ୍ତୁତି ବୈଠକ କରାଯାଇଥିବା ମଣ୍ଡଳ ସମ୍ପାଦକ ଗଣେଷ ଡାକୁଆଙ୍କ ସୂଚନାରୁ ପ୍ରକାଶ।

ad-week
Leave A Reply

Your email address will not be published.