ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ-ନାତିଙ୍କ ମୃତ୍ୟୁ

add-all

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ନାଁ ଲବ ହରିଜନ ହୋଇଥିବା ବେଳେ ନାତିଙ୍କ ନାଁ ୟସ ହରିଜନ।

ସୂଚନା ଅନୁଯାୟୀ, ଜେଜେ ଲବ ଜମିରେ କାମ ସାରି ବଳଦ ଗୁଡିକୁ ଗାଧେଇ ଦେଇଥିଲେ। ପରେ ଜେଜେ ଓ ୯ ବର୍ଷର ନାତି ଗାଧଉଥିବା ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ। ସେ ପାଖ ଦେଇ ଯାଉଥିବା ଗାଁ ଲୋକ ଦେଖି କୋଷାଗୁମୁଡ଼ା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଖବର ପଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଜେଜେ ଓ ନାତିକୁ ପାଣିରୁ ଉଦ୍ଧାର କରି କୋଷାଗୁମୁଡ଼ା ମେଡିକାଲ ନେଇଥିଲେ। ମେଡିକାଲ ନେବାପରେ ଡାକ୍ତର ଜେଜେ ଓ ନାତୀଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.