ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୟୁନିଟ-୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

add-all

ଭୁବନେଶ୍ବର: ୟୁନିଟି-୨ସ୍ଥିତ ମାର୍କେଟ ବିଲ୍ଡିଂକୁ ରବିବାର ବନ୍ଦ କରାଯାଇଛି। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହେବା ପରେ ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଏଠାରେ ଥିବା ଦୋକାନକୁ ବନ୍ଦ କରି ଦେଇଛି।

ସୂଚନା ଅନୁସାରେ ଗତ ରବିବାର ଦିନ ଭୁବନେଶ୍ବର ମହାନଗର ନିଗମ (ବିଏମସି) ମାର୍କେଟ ବିଲ୍ଡିଂ ପରିସରରୁ ସମସ୍ତ ଉଠାଦୋକନୀଙ୍କୁ ବନ୍ଦ କରିଥିଲା। ଆଜି ପୁଣି ଉଠାଦୋକାନୀମାନେ ଏଠାରେ ବେପାର କରୁଥିବା ଦେଖି ବ୍ୟବସାୟୀ ସଂଘ ବିରୋଧ କରିଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାକୁ ପ୍ରତିବାଦ କରି ମାର୍କେଟ ବିଲ୍ଡିଂର ଦୋକାନକୁ ଅସ୍ଥାୟୀ ରୂପେ ବନ୍ଦ କରିଛି ବ୍ୟବସାୟୀ ସଂଘ। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଅସ୍ଥାୟୀ ଦୋକାନଗୁଡ଼ିକ ହଟାଇବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି।

ad-week
Leave A Reply

Your email address will not be published.